ଖୋର୍ଦ୍ଧା: ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ଯାହାକୁ ନେଇ ସବୁଆଡ଼େ ଆତଙ୍କର ଛାୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ୪୪ରେ ପହଞ୍ଚିଲାଣି । ତେବେ ଏହି ମହାମାରୀ ନିୟନ୍ତ୍ରଣ ପାଇଁ ସତର୍କତା ଅବଲମ୍ବନ ସ୍ବରୂପ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଗଠିତ ହୋଇଛି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ।
ଘରଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କଲେ ରାପିଡ୍ ରେସପନ୍ସ ଟିମ୍ - ମହାମାରୀ କୋରୋନା
ରାଜ୍ୟରେ ଏବେ କୋରୋନା ସଂକ୍ରମଣ ସଂଖ୍ୟା ୪୪ରେ ପହଞ୍ଚିଥିବା ବେଳେ ଏହି ମହାମାରୀ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସତର୍କତା ଅବଲମ୍ବନ ସ୍ବରୂପ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଗଠିତ ହୋଇଛି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) । ଅଧିକ ପଢନ୍ତୁ...
![ଘରଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କଲେ ରାପିଡ୍ ରେସପନ୍ସ ଟିମ୍ The Rapid Response Team went from door to door to check on health](https://etvbharatimages.akamaized.net/etvbharat/prod-images/768-512-6727704-thumbnail-3x2-khurdha.jpg)
ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ , ସ୍ବାସ୍ଥ୍ୟ ସୁପରଭାଇଜର୍ , ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ଗଠିତ ହୋଇଛି ଏହି ୱାର୍ଡ ସ୍କ୍ରିନିଂ ଟିମ୍ । ଏହି ଟିମ ଗାଁ ଗାଁ ବୁଲି ପରିବାର ସଦସ୍ୟଙ୍କ ଜ୍ୱର, ଥଣ୍ଡା, କଫ ଏବଂ ଶ୍ବାସଗତ ସମସ୍ୟା, ଟ୍ରାଭେଲ ତଥ୍ୟ ଆଦି ସଂଗ୍ରହ କରିବା ସହ କୋରୋନା ସମ୍ପର୍କିତ ସୁରକ୍ଷା ନିୟମ ପାଳନ ଇତ୍ୟାଦି ବିଷୟରେ ପଚାରି ବୁଝିବେ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପ୍ରତି ୱାର୍ଡ଼ରେ ଗଠିତ ଏହି ଟିମ୍ ପ୍ରତ୍ୟେକ ଘର ବୁଲି ସର୍ଭେ ଆରମ୍ଭ କରିଥିବା ବେଳେ ୩ ଦିନ ମଧ୍ୟରେ ଏହି ସର୍ଭେ କାମ ସରିବା ନେଇ ସମୟ ଧାର୍ଯ୍ୟ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ