ଖୋର୍ଦ୍ଧା: ସାରୁଅ ଠାରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ନବମ ଦିନରେ ପହଞ୍ଚିଛି। ଦିନର ତାତି ଓ ରାତିର ଶୀତକୁ ଖାତିର ନକରି ତମ୍ବୁ ତଳେ ଅଖିଆ ଅପିଆ ଧାରଣାରେ ବସିଛନ୍ତି ଶ୍ରମିକମାନେ।
ସରକାରଙ୍କ ନୀତି ନିୟମ ଅନୁସାରେ ପ୍ରାପ୍ୟ ଦାବି କରି ଆଜିକୁ 9 ଦିନ ଧରି ଷ୍ଟୁଡିଓ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ଶ୍ରମିକ । ଏପର୍ଯ୍ୟନ୍ତ ସଂସ୍ଥାର କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା ପାଇଁ ଆସିନଥିବା ବେଳେ ଦାବି ପୂରଣ ନେହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି ।