ଖୋର୍ଦ୍ଧା: ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମରେ ଜଣେ ବୃଦ୍ଧଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ୮୦ ବର୍ଷର ନିରାଶ୍ରୟ ବୃଦ୍ଧ ସୋମନାଥ ମହାରଣା । ଗତ ଦୁଇ ଦିନ ତଳେ ବୃଦ୍ଧ ଜଣଙ୍କ ଗ୍ରାମର ଏକ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ତାଙ୍କର କେହି ଆତ୍ମୀୟ ନଥିବାରୁ କେହି ଖୋଜା ଖୋଜି କରିନଥିଲେ ।
ପୋଖରୀରେ ବୁଡି ଅସହାୟ ବୃଦ୍ଧ ମୃତ - ଖୋର୍ଦ୍ଧା ନ୍ୟୁଜ
ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ଅସହାୟ ବୃଦ୍ଧ ମୃତ୍ୟୁବରଣ କରିଥିବା ଜଣାପଡିଛି ।
![ପୋଖରୀରେ ବୁଡି ଅସହାୟ ବୃଦ୍ଧ ମୃତ old man drowned in the pond at Banapur](https://etvbharatimages.akamaized.net/etvbharat/prod-images/768-512-7397202-thumbnail-3x2-khurdha.jpg)
ବାଣପୁରରେ ବୃଦ୍ଧ ମୃତ
ବାଣପୁରରେ ବୃଦ୍ଧ ମୃତ
କିନ୍ତୁ ଆଜି ଗ୍ରାମର ଲୋକମାନେ ପୋଖରୀକୁ ସ୍ନାନ ପାଇଁ ଆସିଥିବା ବେଳେ ବୃଦ୍ଧ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବାର ଦେଖିଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀ ସରପଞ୍ଚଙ୍କୁ ଖବର ଦେବା ପରେ ପୋଖରୀରୁ ମୃତଦେହ ଉଦ୍ଧାର କରି ଗାଁ ମାଶାଣୀରେ ଅନ୍ତିମ ସତ୍କାର କରିଥିବା ଜଣାପଡିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ