ଓଡିଶା

odisha

ETV Bharat / state

ଆଇଏନଏସ ଚିଲିକାର ନୂତନ କମୋଡର ହେଲେ ଏନପି ପ୍ରଦୀପ - ଆଇଏନଏସ ଚିଲିକା

ଆଇଏନଏସ ଚିଲିକାର ନୂତନ କମୋଡର ହେଲେ ଏନପି ପ୍ରଦୀପ । ସେ 1992 ମସିହାରେ ଭାରତୀୟ ନୌସେନାରେ ଜାହାଜପଥ ପ୍ରଦର୍ଶକ ଓ ଦିଗ ବିଶେଷଜ୍ଞ ଭାବେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ଅଧିକ ପଢନ୍ତୁ...

ଆଇଏନଏସ ଚିଲିକାର ନୂତନ କମାଣ୍ଡର ହେଲେ ଏନପି ପ୍ରଦୀପ
ଆଇଏନଏସ ଚିଲିକାର ନୂତନ କମାଣ୍ଡର ହେଲେ ଏନପି ପ୍ରଦୀପ

By

Published : Jan 27, 2021, 10:46 AM IST

Updated : Jan 27, 2021, 12:52 PM IST

ଖୋର୍ଦ୍ଧା: ଆଇଏନଏସ ଚିଲିକାର ନୂତନ କମୋଡର ହେଲେ ଏନପି ପ୍ରଦୀପ । ଗତକାଲି(ମଙ୍ଗଳବାର) ଏକ ସମାରୋହରେ ନୌସେନା ଅଧିକାରୀ ଏନ ପି ପ୍ରଦୀପ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନଏସ ଚିଲିକାର କମାଣ୍ଡର ଏବଂ ନୌସେନା ଅଧିକାରୀ ଭାବେ କମୋଡର ଋତୁରାଜ ସାହୁଙ୍କ ଠାରୁ ଓଡିଶାର ଦାୟିତ୍ବ ଗ୍ରହଣ କରିଛନ୍ତି । ଆଇଏନଏସ ଚିଲିକାର ଅଧିକାରୀ ଗଣ ଓ ନାବିକମାନେ କମୋଡର ଋତୁରାଜ ସାହୁଙ୍କ 22 ମାସର କାର୍ଯ୍ୟକାଳ ଶେଷରେ ଏକ ପାରମ୍ପରିକ ସମାରୋହରେ ବିଦାୟ ଦେଇଥିଲେ l

ଆଇଏନଏସ ଚିଲିକାର ନୂତନ କମାଣ୍ଡର ହେଲେ ଏନପି ପ୍ରଦୀପ

କେରଳର ଭାଡାନାମକୁରୁସିରୁ ଆସିଥିବା କମୋଡର ଏନପି ପ୍ରଦୀପ, ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ଖଡଗ ବଲସା)ର ପୁରତନ ଛାତ୍ର। ଏହି ଅଧିକାରୀ 1992 ମସିହାରେ ଭାରତୀୟ ନୌସେନାରେ ଜାହାଜପଥ ପ୍ରଦର୍ଶକ ଓ ଦିଗ ବିଶେଷଜ୍ଞ ଭାବେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ।

ଆଇଏନଏସ ଚିଲିକାର ନୂତନ କମାଣ୍ଡର ହେଲେ ଏନପି ପ୍ରଦୀପ

ଦୀର୍ଘ 29 ବର୍ଷର ନୌସେନା ସେବା ସମୟରେ ଏହି ଅଧିକାରୀ ନୌସେନା ଜାହାଜ ରାଜପୁତ, ରଣଜିତ, କୀର୍ପାନରେ ଜାହାଜ ପଥପ୍ରଦର୍ଶକ ଅଧିକାରୀ ରୂପେ ଏବଂ ଭାରତୀୟ ନୌସେନା ଜାହାଜ ବିନାଶ, କେଶରୀ ଏବଂ ଗଙ୍ଗାରେ କମାଣ ଅଧିକାରୀ ରୂପେ କାର୍ଯ୍ୟ କରିଛନ୍ତି l

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jan 27, 2021, 12:52 PM IST

ABOUT THE AUTHOR

...view details