ଖୋର୍ଦ୍ଧା: ସାରା ରାଜ୍ୟରେ ଆତଙ୍କ ଖେଳାଇଥିବା ମାନବବାଦ ସଙ୍ଗଠନର ବର୍ବରତା ବିରୁଦ୍ଧରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରୁଥିବା ନେଇ ନଜରକୁ ଆସିଛି । ସେପଟେ ବେଗୁନିଆ କଡବ ଅଞ୍ଚଳର ବାପପୁଅଙ୍କୁ ଅମାନବୀୟ ଭାବେ ମାଡ଼ ମରାଯିବା ଘଟଣା ହେଉ ଅବା ଅଭିମାନପୁରର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରିବା ଘଟଣା ।
ମାନବବାଦ ସଙ୍ଗଠନ ବିରୁଦ୍ଧରେ ଏସପିଙ୍କୁ ଫେରାଦ ଦେଲା ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନ ଏହା ମଧ୍ୟ ପଢନ୍ତୁ:ଖୋର୍ଦ୍ଧାରେ ବାପ-ପୁଅଙ୍କୁ ମାଡ ଘଟଣା, ଅଭିଯୁକ୍ତଙ୍କର କରାଯିବ ପଲିଗ୍ରାଫ ଟେଷ୍ଟ
ଆଉ ଏପରି ଅନେକ ଅମାନବୀୟ ଘଟଣାରେ ସଙ୍ଗଠନ ମୁଖ୍ୟଙ୍କ ନାଁରେ ଅଭିଯୋଗ ହୋଇଛି । ସେହିପରି ଏହି ସଙ୍ଗଠନ ବିରୋଧରେ ବିଭିନ୍ନ ହତ୍ୟାକାଣ୍ଡ ଘଟଣାରେ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି (ବୁଧବାର) ଖୋର୍ଦ୍ଧା ଏସପିଙ୍କ ନିକଟରେ ଫେରାଦ ଦେଇଛନ୍ତି ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖାର ସମସ୍ତ ସଦସ୍ୟ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ