ଖୋର୍ଦ୍ଧା: ସାରା ବିଶ୍ବ ଏବେ କୋରୋନାକୁ ନେଇ ଲଢ଼ୁଥିବା ବେଳେ ମନରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଆଉ ଏହି କୋରୋନାର ମୁକାବାଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଲକଡାଉନକୁ କଡାକଡି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 3 ହଜାର ଦେଲେ ହୋମଗାର୍ଡ - homeguard helping to state government
କୋରୋନା ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହୃଦୟ ବ୍ୟକ୍ତି ଓ ସଙ୍ଗଠନ ଦାନ କରିବାକୁ ନିବେଦନ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବେଗୁନିଆ ଥାନାରେ କାର୍ଯ୍ୟରତ ହୋମଗାର୍ଡମାନେ 3 ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟ ସରକାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ହୋମଗାର୍ଡ
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 3 ହଜାର ଦେଲେ ହୋମଗାର୍ଡ
ଏହି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହୃଦୟ ବ୍ୟକ୍ତି ଓ ସଙ୍ଗଠନ ଦାନ କରିବାକୁ ନିବେଦନ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବେଗୁନିଆ ଥାନାରେ କାର୍ଯ୍ୟରତ ହୋମଗାର୍ଡ ମାନେ ମଙ୍ଗଳବାର ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ 3 ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ହୋମଗାର୍ଡ ମାନଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Apr 28, 2020, 11:12 PM IST