ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ଏକ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର । ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଲେଉଟି ପଡିଥିଲା ଟ୍ୟାଙ୍କର।
ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର - ବାଲୁଗାଁ ଥାନାଧିକାରୀ
ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଲେଉଟି ପଡିଲା ଟ୍ୟାଙ୍କର । ଫଳରେ ଟ୍ୟାଙ୍କରରେ ଥିବା ଡ୍ରାଇଭର ଓ ହେଲପର 2ଜଣ ଆହତ ହୋଇଛନ୍ତି ।
![ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର The gas tanker lost its balance and overturned at khordha](https://etvbharatimages.akamaized.net/etvbharat/prod-images/768-512-6853639-591-6853639-1587291089177.jpg)
ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର
ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର
ଯାହାଦ୍ବାରା ଟ୍ୟାଙ୍କରରେ ଥିବା ଡ୍ରାଇଭର ଓ ହେଲଫର 2ଜଣ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଓ ପରେ ପରେ ବାଲୁଗାଁ ଥାନାଧିକାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆହତ2ଜଣକୁ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇ ତଦନ୍ତ ଜାରି ରଖିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ