ଖୋର୍ଦ୍ଧା: ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବତୀ । ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଙ୍କୀ ବ୍ଲକରେ । ଏଠାରେ ଥିବା ସୁବର୍ଣ୍ଣପୁର ଯାତମୁଣ୍ଡିଆ ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ । ତେବେ ଯୁବତୀଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି ।
ମହାନଦୀକୁ ଡେଇଁଥିବା ଯୁବତୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ - fisherman rescued the young girl
ଖୋର୍ଦ୍ଧା ଜିଲ୍ଲା ବାଙ୍କୀ ବ୍ଲକରେ ଥିବା ସୁବର୍ଣ୍ଣପୁର ଯାତମୁଣ୍ଡିଆ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାରୁ ଉଦ୍ୟମ କରିଛନ୍ତି ଯୁବତୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ଯୁବତୀ ଜଣକ ଅନୁଗୋଳ ଜିଲ୍ଲା ରଘୁନାଥପୁର ଗାଁର ବୋଲି ଜଣାପଡିଛି । ସେପଟେ ଯୁବତୀଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ବାଙ୍କୀ ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଯୁବତୀ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ