ଖୋର୍ଦ୍ଧା: ରାତି ପାହିଲେ ଓଡ଼ିଆଙ୍କ ବଡ଼ ପର୍ବ ରଜ । କିନ୍ତୁ ଚଳିତ ବର୍ଷ ଏହି ରଜ ମଉଜକୁ ଫିକା କରିଦେବ କୋରୋନା କଟକଣା । ଖୋର୍ଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧିପାଉଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ଗୋଟିଏ ସ୍ଥାନରେ ଏକାଠି ନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରଜ ଉତ୍ସବ ନେଇ କଟକଣା ଜାରି କଲେ ଜିଲ୍ଲାପାଳ - Raja festival
ରାତି ପାହିଲେ ଓଡ଼ିଆଙ୍କ ବଡ଼ ପର୍ବ ରଜ । ଖୋର୍ଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧିପାଉଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ଗୋଟିଏ ସ୍ଥାନରେ ଏକାଠି ନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...
ରଜ ଉତ୍ସବ ନେଇ କଟକଣା ଜାରି କଲେ ଜିଲ୍ଲାପାଳ
ସେହିପରି ମାସ୍କ ନପିନ୍ଧି ବାହାରକୁ ବାହାରିଲେ ଚାଲାଣ କାଟିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ