ଖୋର୍ଦ୍ଧା: କୋଭିଡ 19 ପାଇଁ ସାରା ଦେଶ ଏବେ ଲକଡାଉନରେ । ଏହି ମହାମାରୀ ପାଇଁ ବଜାର ଘାଟ ସବୁ ଖାଁ ଖାଁ । ସେପଟେ ବ୍ୟବସାୟୀମାନେ ଯେପରି ଏହି ସଙ୍କଟ ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରି ନପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି ।
ଅତ୍ୟାବଶ୍ୟକ ସାମଗ୍ରୀର ଦର ଧାର୍ଯ୍ୟ କଲା ଜିଲା ପ୍ରଶାସନ - କୋଭିଡ 19 ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଧାର୍ଯ୍ୟ
କୋଭିଡ 19 ପାଇଁ ବ୍ୟବସାୟୀମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରି ନପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଡାଲି, ତେଲ, ଆଳୁ, ପିଆଜ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦର ଧାର୍ଯ୍ୟ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅତ୍ୟାବଶ୍ୟକ ସାମଗ୍ରୀର ଦର ଧାର୍ଯ୍ୟ କଲା ଜିଲା ପ୍ରଶାସନ
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀ ସଂଘ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଡାଲି, ତେଲ, ଆଳୁ, ପିଆଜ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦର ଧାର୍ଯ୍ୟ କରିଛନ୍ତି । ଏହି ଦରଠାରୁ ଅଧିକ ଦାମ ନେଉଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି ଜିଲା ପ୍ରଶାସନ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ