ଓଡିଶା

odisha

ETV Bharat / state

ଟାଙ୍ଗୀ ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପ ଜିଲ୍ଲାପାଳ - ଖୋର୍ଦ୍ଧା ପୌରାଞ୍ଚଳ ୧୭ନଂ ୱାର୍ଡରେ କୋରୋନା ସଙ୍କଟ

ବଢିଚାଲିଛି କୋରୋନା ସଙ୍କଟ । ଯାହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ପ୍ରଶାସନ ନେଉଛନ୍ତି କଡା ପଦକ୍ଷେପ । ଇତିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସାହିରେ ଲାଗୁ ହୋଇଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ।

ଟାଙ୍ଗୀ ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲେ ଉପ-ଜିଲ୍ଲାପାଳ
ଟାଙ୍ଗୀ ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲେ ଉପ-ଜିଲ୍ଲାପାଳ

By

Published : May 1, 2021, 8:23 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳ ୧୭ନଂ ୱାର୍ଡ ଗୁରୁଜଙ୍ଗ ଟାଙ୍ଗୀ ସାହିରୁ କୋରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇଟି ପରିବାର ରହୁଥିବା ଅଞ୍ଚଳକୁ ଉପ-ଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ଟାଙ୍ଗୀ ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲେ ଉପ-ଜିଲ୍ଲାପାଳ

ଆବଦ୍ଧାଞ୍ଚଳରେ ରହିଥିବା ପରିବାର ସଦସ୍ୟ ଏବଂ ବାହାର ଲୋକେ ଏହି ଅଞ୍ଚଳରେ ପ୍ରବେଶ ଉପରେ କଟକଣା ରହିଛି। କଣ୍ଟେନମେଣ୍ଟରେ ରହିଥିବା ଦୋକାନ ବନ୍ଦ ରହିବ। ପୌର ନିର୍ବାହୀ ଅଧିକାରୀ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବେ।

ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଏହି ଅଞ୍ଚଳକୁ ସାନିଟାଇଜ୍ କରିବେ। ମୁକୁନ୍ଦ୍ର ପ୍ରସାଦ ସିଏନସି ସ୍ଵାସ୍ଥ୍ୟବସ୍ଥା ବୁଝିବା ସହ କଣ୍ଟାକ୍ଟ ଡ୍ରେସିଂ ବ୍ୟବସ୍ଥା କରିବେ । ଖୋର୍ଦ୍ଧା ତହସିଲଦାର ସମସ୍ତ କାର୍ଯ୍ୟ ପରିଚାଳନା କରିବେ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details