ଓଡିଶା

odisha

ETV Bharat / state

ବେଗୁନିଆରେ ବଢୁଛି ନିଶା ସାମ୍ରାଜ୍ୟ: ନକଲି ମଦ ସହ 2 ଗିରଫ - ବେଗୁନିଆରେ ଅବକାରୀ ବିଭାଗର ଚଢାଉ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ । 2 ଜଣ ଗିରଫ ସହ 80 ଲିଟର ନକଲି ମଦ, 20ଲିଟର ନକଲି ପାଉଚ ମଦ ଓ 30 କେଜି ଗଞ୍ଜେଇ ଜବତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Oct 25, 2019, 7:54 PM IST

ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରିଛି । ଏହି ଚଢାଉରେ 80 ଲିଟର ନକଲି ମଦ, 20 ଲିଟର ନକଲି ପାଉଚ ମଦ ଜବତ ହୋଇଛି । ଏହା ସହ କୃପାସିନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଅନ୍ୟପକ୍ଷେ ପ୍ରତିଭା ବେହେରା ନାମକ ଜଣେ ମହିଳାଙ୍କ ଘରେ ଅବକାରୀ ବିଭାଗ ଚଢ଼ାଉ କରି 30 କେଜି ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details