ଖୋର୍ଦ୍ଧା: ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ରାଜ୍ୟରେ ଖୋର୍ଦ୍ଧା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧା ଜିଲ୍ଲାପାଳ ତୃଣମୂଳ ସ୍ତରରୁ କୋରୋନା ସଂକ୍ରମଣ ନିପାତ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାଇ ସହରାଞ୍ଚଳର ପ୍ରତ୍ୟକ ୱାର୍ଡ ଏବଂ ଗ୍ରାମାଞ୍ଚଳର ପ୍ରତି ପଞ୍ଚାୟତରେ ପାଞ୍ଚ ଜଣ ଲେଖାଏଁ କୋରୋନା ସେବକ ନିୟୋଜିତ କରାଯିବ ।
କୋରୋନା ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ କୋରୋନା ସେବକ - corona servant deployed to control the corona
ରାଜ୍ୟରେ ଖୋର୍ଦ୍ଧା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧା ଜିଲ୍ଲାପାଳ ତୃଣମୂଳ ସ୍ତରରୁ କୋରୋନା ସଂକ୍ରମଣ ନିପାତ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![କୋରୋନା ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ କୋରୋନା ସେବକ କୋରୋନା ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ କୋରୋନା ସେବକ](https://etvbharatimages.akamaized.net/etvbharat/prod-images/768-512-8542198-638-8542198-1598280065562.jpg)
ଯେଉଁମାନେ କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ । ଏହି ସେବକ ମାନଙ୍କୁ ଗ୍ରାମାଞ୍ଚଳରେ ବିଡ଼ିଓ ଏବଂ ସହରାଞ୍ଚଳରେ ନିର୍ବାହୀ ଅଧିକାରୀ ଚୟନ କରିବେ । ସେହିପରି ଏହି ସେବକ ମାନଙ୍କ ବୟସ 20 ରୁ 35 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହି କୋରୋନା ସେବକମାନେ ଜନସାଧାରଣଙ୍କୁ କୋଭିଡ ନିୟମାବଳୀ ପାଳନ କରିବା ସମ୍ପର୍କରେ ଅବଗତ କରାଇବା ସହ ଲକ୍ଷଣ ନଥାଇ ଆକ୍ରାନ୍ତ ହେଇଥିବା ସଂକ୍ରମିତଙ୍କୁ କିପରି ଘରେ ରହି ଚିକିତ୍ସିତ ହେବେ ସେଥିରେ ସହଯୋଗ କରିବେ ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବେ । ଆଜିର ଏହି ବୈଠକରେ ଖୋର୍ଦ୍ଧା ଜିଲାପାଳଙ୍କ ସମେତ ଜିଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ