ଖୋର୍ଦ୍ଧା : ନୟାଗଡ଼ର କୁନିଝିଅ ପରୀକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ଗତକାଲି ଠାରୁ ଆରମ୍ଭ ହୋଇଥିବା ପଦଯାତ୍ର ଆଜି(ସୋମବାର) ଖୋର୍ଦ୍ଧା ସହରରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଏକ ପଥପ୍ରାନ୍ତ ସଭା ମୁକୁନ୍ଦପ୍ରସାଦ ଠାରେ ଅନୁଷ୍ଠିତ ହୋଇଛି । ପଦଯାତ୍ରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ରାଜ୍ୟ ବିଜେପିର ବହୁ ତୁଙ୍ଗନେତା ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ପରୀକୁ ନ୍ୟାୟ ଦାବିରେ ଖୋର୍ଦ୍ଧାରେ ପହଞ୍ଚିଲା ବିଜେପିର ପଦଯାତ୍ରା - BJP march arrived on Khordha
ପରୀକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ଗତକାଲି ଠାରୁ ଆରମ୍ଭ ହୋଇଥିବା ପଦଯାତ୍ର ଆଜି ଖୋର୍ଦ୍ଧା ସହରରେ ପହଞ୍ଚିଛି । ଅଧିକ ପଢନ୍ତୁ...
ପରୀକୁ ନ୍ୟାୟ ଦାବୀରେ ଖୋର୍ଦ୍ଧାରେ ପହଁଚିଲା ବିଜେପିର ପଦଯାତ୍ରା
ପରୀକୁ ନ୍ୟାୟ ଦାବୀରେ ଖୋର୍ଦ୍ଧାରେ ପହଁଚିଲା ବିଜେପିର ପଦଯାତ୍ରା
ଏହି ପଦଯାତ୍ରା ଆଜି(ସୋମବାର) ସନ୍ଧ୍ୟାରେ ସାରୁଅ ଠାରେ ରାତ୍ରି ଯାପନ କରି ଆସନ୍ତାକାଲି ବୋଲଗଡ଼ ବେଗୁନିଆ ଦେଇ ଆସନ୍ତା 24 ତାରିଖ ଦିନ ପରୀର ଗାଁ ନୟାଗଡ଼ ଯଦୁପୁରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ