ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ଖୋର୍ଦ୍ଧା ଓ ଜଟଣୀ ବ୍ଲକ ଘେରାଉ କଲା ବିଜେପି - Awas Scheme

ପିଏମ୍ ଆବାସ ଯୋଜନାରେ ସାଧାରଣ ଗରିବ ଲୋକଙ୍କୁ ଘର ଦେବା ପରିବର୍ତ୍ତେ ଧନିକ ଶ୍ରେଣୀର ଲୋକ ମାନଙ୍କ ନାମ ଥିବା ନେଇ ଅଭିଯୋଗ କରିବା ସହ, ଏହି ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ଖୋର୍ଦ୍ଧା ଓ ଜଟଣୀ ବ୍ଲକ ଘେରାଉ କଲା ବିଜେପି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ଖୋର୍ଦ୍ଧା ଓ ଜଟଣୀ ବ୍ଲକ ଘେରାଉ କଲା ବିଜେପି

By

Published : Jul 9, 2021, 6:40 PM IST

ଖୋର୍ଦ୍ଧା:ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY Scheme)ରେ ଅନିୟମିତତା ନେଇ ଆଜି ଖୋର୍ଦ୍ଧା ଓ ଜଟଣୀ ବ୍ଲକ୍ ଘେରାଉ କରିଛି ବିଜେପି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ ଓ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଖୋର୍ଦ୍ଧା ବ୍ଲକ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ଖୋର୍ଦ୍ଧା ଓ ଜଟଣୀ ବ୍ଲକ ଘେରାଉ କଲା ବିଜେପି

ସେହିପରି ବିଜେପି ମୁଖପାତ୍ର ସୁଦିପ୍ତ ରାୟଙ୍କ ନେତୃତ୍ବରେ ବିଜେପି କର୍ମୀମାନେ କୋଭିଡ଼ କଟକଣାକୁ ମାନି ଜଟଣୀ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଏବଂ ତା ସହ ସରକାରଙ୍କ ଅପାରଗତା ଓ ସରକାରୀ ବାବୁମାନେ କିପରି ଜଣେ ବ୍ୟକ୍ତିଙ୍କ ନାମ ଆବାସ ଯୋଜନାରେ ଆସିଥିବାବେଳେ ହିତାଧିକାରୀଙ୍କ ଅଜ୍ଞାତରେ ଟଙ୍କା ଉଠାଣ ଘଟଣା ହେଉ ଅବା ସାଧାରଣ ଗରିବ ଲୋକଙ୍କ ବଦଳରେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ସାମିଲ କରାଯିବା ନେଇ ଅଭିଯୋଗ କରିଛନ୍ତି ।

ଏବଂ ତା ସହିତ ଦଳୀୟ ଆଧାରରେ ଆବାସ ଯୋଜନା ପ୍ରଦାନ ଘଟଣାର ତଦନ୍ତ କରିବା ଲାଗି ଦାବି କରିଛି । ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଓ ଜଟଣୀ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେପି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details