ଓଡିଶା

odisha

ETV Bharat / state

କୋଭିଡ ନିୟମ ନ ମାନିବାରୁ ମିଠା ଦୋକାନ ସିଲ କଲା ପ୍ରଶାସନ - କୋଭିଡ ନିୟମ ନ ମାନିବାରୁ ମିଠା ଦୋକାନକୁ ସିଲ କଲା ପ୍ରଶାସନ

କଠୋର ହେଲା ପ୍ରଶାସନ । କୋଭିଡ ନିୟମ ନ ମାନିବାରୁ ମିଠା ଦୋକାନକୁ ସିଲ କଲା ପ୍ରଶାସନ । ଆଦାୟ କଲା ଜୋରିମାନା । ଅଧିକ ପଢନ୍ତୁ...

The administration sealed the sweet shop in khordha
କୋଭିଡ ନିୟମ ନ ମାନିବାରୁ ମିଠା ଦୋକାନକୁ ସିଲ କଲା ପ୍ରଶାସନ

By

Published : Aug 4, 2020, 2:09 PM IST

ଖୋର୍ଦ୍ଧା: କୋଭିଡ ନିୟମ ନ ମାନିବାରୁ ମିଠା ଦୋକାନକୁ ସିଲ କଲା ପ୍ରଶାସନ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଣପୁର ବଜାରରେ ସମ୍ଭାବ୍ୟ ଭିଡ଼କୁ ପରିଲକ୍ଷିତ କରି ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପାଟ୍ରୋଲିଂକୁ କଡ଼ାକଡ଼ି କରିଥିଲେ। ଖାସ କରି ସହରର ବିଭିନ୍ନ ମିଠା ଦୋକାନ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । କୋଭିଡ ନିୟମ ଉଲ୍ଲଂଘନରେ ସହରର ଏକ ପ୍ରମୁଖ ମିଠା ଦୋକାନୀରୁ ୫୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।ଏହାସହ ଦୋକାନକୁ ସିଲ କରାଯାଇଛି।

କୋଭିଡ ନିୟମ ନ ମାନିବାରୁ ମିଠା ଦୋକାନକୁ ସିଲ କଲା ପ୍ରଶାସନ

ସେହିପରି, ପଲଟନ ପଡ଼ିଆର ଦୁଇ ମିଠା ଦୋକାନୀଙ୍କ ଠାରୁ ୨୦୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ବାଣପୁର ପୋଲିସ ଓ ଏନଏସି କର୍ମଚାରୀଙ୍କ ଦ୍ବାରା ଏହି ଚଢ଼ାଉ କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details