ଓଡିଶା

odisha

ETV Bharat / state

ବାର ସାମ୍ନାରେ ଆତଙ୍କରାଜ ଘଟଣା, 34 ଜଣ ଗିରଫ - embassy bar attack accuse arrested

ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ବାର ସମ୍ମୁଖରେ ଭଙ୍ଗାରୁଜା ଘଟଣାରେ 34 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ବାର ସାମ୍ନାରୁ ଆତଙ୍କ ରାଜ ଘଟଣା
ବାର ସାମ୍ନାରୁ ଆତଙ୍କ ରାଜ ଘଟଣା

By

Published : Jan 9, 2023, 1:16 PM IST

Updated : Jan 9, 2023, 3:58 PM IST

ବାର ସାମ୍ନାରେ ଆତଙ୍କରାଜ ଘଟଣା

ଭୁବନେଶ୍ବର:ବାର ସାମ୍ନାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା । ୩୪ଜଣ ଦୁର୍ବୃତ୍ତ ଗିରଫ ହେବା ସହ ଏକ ବସକୁ ଅଟକ ରଖିଛି ପୋଲିସ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଏମ୍ବାସି ବାର ଭିତରକୁ ପ୍ରବେଶ ନେଇ କିଛି ବ୍ୟକ୍ତିଙ୍କୁ ଅନୁମତି ନମିଳିବାରୁ ବାର ସମ୍ମୁଖରେ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା । ଆଗକୁ ହକି ଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିରୋ ଟଲେରାନ୍ସ ନୀତି ଆପଣାଇଛି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ:ତଣ୍ତିକଣା ଗ୍ରାମ ଭଗବାନ ସ୍ବାଇଁ ମୃତ୍ୟୁ ମାମଲା, ପ୍ରେସ୍‌ମିଟ୍‌ କରି ନିଜକୁ ନିର୍ଦ୍ଦୋଶ କହିଲେ ସାନଭାଇ

ଏମ୍ବାସି ବାର ସମ୍ମୁଖରେ ଆତଙ୍କ ମଚାଇଥିବା ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରିଛି । ଏଥିସହ ସେମାନେ ଆସିଥିବା ବସକୁ ମଧ୍ୟ ପୋଲିସ ଜବତ କରିଛି । ଏଥିରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି ନେତା ଥିବା କୁହାଯାଉଛି । ଏହି ଘଟଣା ପରେ ପୋଲିସ ଏକ ଟିମ୍ ଗଠନ କରି ସେହି ଛାତ୍ର ନେତାଙ୍କୁ ଖୋଜୁଛି । ପ୍ରକାଶ ଥାଉକି, ଶନିବାର ବିଳମ୍ବିତ ରାତି 12.30ରେ ଚନ୍ଦ୍ରଶେଖରପୁରର ଏମ୍ବାସି ବାରକୁ ଯିବା ପାଇଁ ସଞ୍ଜୀନ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଆସିଥିଲେ । ସମୟ ହୋଇଯାଇଥିବାରୁ ଏଣ୍ଟ୍ରି କରିବାକୁ ବାଉନସର ମନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ରାଜଧାନୀରେ ବଢୁଛି ଆତଙ୍କରାଜ: ବାର ଉପରକୁ ପଥର ମାଡ, ନିରବଦ୍ରଷ୍ଟା ସାଜିଲା ପୋଲିସ

ସଞ୍ଜୀବ ବାର କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ଦେଲେ । ହେଲେ ପୋଲିସ ଘଟଣାକୁ ଗୁରୁତ୍ବ ଦେଇନଥିଲା । ଏହା ପରେ ଅଭିଯୋଗକାରୀ ଆଇନକୁ ନିଜ ହାତକୁ ନେଇଥିଲେ । 15ରୁ 20 ଯୁବକ ବିଦ୍ୟୁତ ଖୁଣ୍ଟରେ ତାର ପକାଇ ଲାଇନ କାଟିଥିଲେ । ପରେ ବାରକୁ ଅନ୍ଧାର କରି ଢେଲା ପଥର ମାରି ଭଙ୍ଗାରୁଜା କରିଥିଲେ । ହେଲେ ଏନେଇ ପୋଲିସ ପାଖରେ କୌଣସି ଖବର ନଥିଲା । କିଛି ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଉପସ୍ଥିତିରେ ମଧ୍ୟ ଦୁର୍ବୃତ୍ତ ଆତଙ୍କ ଖେଳାଇବାକୁ ପଛାଇ ନଥିଲେ । ଏଠାରେ ପ୍ରଶ୍ନ ଉଠୁଛି ମୁଖ୍ୟ ରାସ୍ତା ନିକଟରେ ଏଭଳି କାଣ୍ଡ ଘଟିଥିଲା, କିନ୍ତୁ ପୋଲିସକୁ ଖବର ନଥିଲା । ଆଉ ଦିନ କେଇଟା ପରେ ହକି ବିଶ୍ବକପ ଆରମ୍ଭ ହେବ । ଏନେଇ ନିତିଦିନ ରାସ୍ତା ଉପରେ ପୋଲିସ ବିଭିନ୍ନ ଛକ ଉପରେ ଚେକ୍ ପୋଷ୍ଟ ଲଗାଇ ଲୋକଙ୍କୁ ଭେଟି ବ୍ଲକିଂ କରିବା ସହ କାଟୁଛି ଲମ୍ବା ଫାଇନ । ଏହା ସତ୍ତ୍ବେ ଏଭଳି ଆତଙ୍କ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 9, 2023, 3:58 PM IST

ABOUT THE AUTHOR

...view details