ଖୋର୍ଦ୍ଧା: ନୂଆ ବିବାହିତ ଝିଅ ଘରେ ଭାର ଦେଇ କନ୍ୟା ଘର ଲୋକ ଫେରୁଥିବାବେଳେ ଘଟିଲା ଅଘଟଣ । ଖୋର୍ଦ୍ଧା ଧୂଆଁଳ ଛକରେ ଏକ ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେ ଟ୍ରାକ୍ଟର ଓଲଟି ପଡି 10 ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଯୁବକ ଓ ଦମକଳ ବାହିନୀ ଦ୍ବାରା ଉଦ୍ଧାର କରାଯାଇ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଝିଅ ଘରେ ଭାର ଦେଇ ଫେରିବାବେଳେ ଅଘଟଣ, ଟ୍ରାକ୍ଟର ଓଲଟି 10 ଆହତ - ଟ୍ରାକ୍ଟର ଓଲଟି 10 ଆହତ
ଝିଅ ଘରେ ଭାର ଦେଇ କନ୍ୟା ଘର ଲୋକ ଫେରୁଥିବାବେଳେ ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ 10 ଆହତ । ଅଧିକ ପଢନ୍ତୁ...

ଝିଅ ଘରେ ସଜପତ୍ର ଦେଇ ଫେରିବା ବାଟରେ ଅଘଟଣ, ଟ୍ରାକ୍ଟର ଓଲଟି 10 ଆହତ
ଝିଅ ଘରେ ସଜପତ୍ର ଦେଇ ଫେରିବା ବାଟରେ ଅଘଟଣ, ଟ୍ରାକ୍ଟର ଓଲଟି 10 ଆହତ
ସମସ୍ତ ବ୍ୟକ୍ତି ନୂଆ ବାହା ହୋଇଥିବା ଝିଅର କିଛି ଭାର ଝିଅର ଶାଶୁଘରେ ଦେଇ ଟ୍ରାକ୍ଟର ଯୋଗେ ଫେରୁଥିଲେ । ଅଧା ବାଟରେ ଏକ ଟ୍ରକ ପଛ ପଟୁ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଓଲଟି ପଡିବା ଯୋଗୁଁ 10 ଜଣ ଆହତ ହୋଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ