ଓଡିଶା

odisha

ETV Bharat / state

5T ଅଧ୍ୟକ୍ଷଙ୍କୁ ଭେଟିଲେ ଓଡିଶା ମନ୍ଦିର ସେବାୟତ ସଂଘ ସଦସ୍ୟ - ମୋ ଓଡ଼ିଶା ନବୀନ ଓଡ଼ିଶା

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଲେ ଓଡ଼ିଶା ମନ୍ଦିର ସେବାୟତ ସଂଘର ସଦସ୍ୟ । ମନ୍ଦିର ଓ ଐତିହ୍ୟସ୍ଥଳ ଗୁଡିକର ରୂପାନ୍ତର ଉଦ୍ୟମ ପାଇଁ ଜଣାଇଲେ ଧନ୍ୟବାଦ । ଅଧିକ ପଢନ୍ତୁ

temple sevayat association
temple sevayat association

By ETV Bharat Odisha Team

Published : Nov 25, 2023, 4:10 PM IST

ଭୁବନେଶ୍ବର: ନବୀନ ନିବାସରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଲେ ଓଡ଼ିଶା ମନ୍ଦିର ସେବାୟତ ସଂଘର ସଦସ୍ୟ । 5T ଉପକ୍ରମରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟସ୍ଥଳ ଗୁଡିକର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିର ଗୁଡିକୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମଧ୍ୟମରେ ଅର୍ଥରାଶି ମଞ୍ଜୁର ହୋଇଛି । ଏହା ଭାରତ ବର୍ଷରେ ଏକ ନୂଆ ପରିଚୟ ସୃଷ୍ଟି କରିଛି । ବିଭିନ୍ନ ଜିଲ୍ଲା ଗସ୍ତ କରି ଭିକେ ପାଣ୍ଡିଆନ ମନ୍ଦିର ଏବଂ ସେବାୟତ ମାନଙ୍କ ସୁବିଧା ଅସୁବିଧା ଦୂର ପାଇଁ ପଦକ୍ଷେପ ନେଇଥିବାରୁ ସେବାୟତ ମାନେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

temple sevayat association

ହଜାର ହଜାର ବର୍ଷର ପୁରୁଣା ମଠ ମନ୍ଦିର ଗୁଡିକର ବିକାଶ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ନେଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଛନ୍ତି । ଏହି ଅବସରରେ 5T ଅଧ୍ୟକ୍ଷ ଆଗାମୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶୁଭ ଉଦଘାଟନ ଉତ୍ସବରେ ଓଡ଼ିଶା ମନ୍ଦିର ସେବାୟତ ସଂଘର ସମ୍ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି । ଏହି କାଯ୍ୟକ୍ରମକୁ କିପରି ଭବ୍ୟ କରାଯିବ ସେ ବିଷୟରେ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ଭିକେ ପାଣ୍ଡିଆନ ।

ଏହା ମଧ୍ୟ ପଢନ୍ତୁ-'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସାମିଲ ହେଲା କେନ୍ଦ୍ରାପଡ଼ା, କାର୍ଯ୍ୟକାରୀ ହେବ ୩ ହଜାର ୩୫୩ଟି ପ୍ରକଳ୍ପ


ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଓଡ଼ିଶା ମନ୍ଦିର ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ (ବାରିପଦା ଜଗନ୍ନାଥ ମନ୍ଦିର), ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ (ସାକ୍ଷୀଗୋପାଳ ମନ୍ଦିର), ସଂଯୋଜକ ଦେବୀ ପାଣି (ବିରଜା ମନ୍ଦିର), ସଚେତକ ସୁବାଷ ମିଶ୍ର (ସ୍ତି ଗୋପାଳ ମନ୍ଦିର), ନିଳମଣି ସୂଆର (ଅଲାରନାଥ ମନ୍ଦିର), ଗଦା ନନା (ଆଖଣ୍ଡଳମଣି ମନ୍ଦିର), ପୁନ୍ୟସ୍ଲୋକ ନନ୍ଦ (ନିଳଗିରି ଜଗନ୍ନାଥ ମନ୍ଦିର), ରଞ୍ଜିତ ମହାପାତ୍ର (ଶିରୁଳୀ ମହାବୀର ମନ୍ଦିର), ସୂର୍ଯ୍ୟ ନାରାୟଣ ପଣ୍ଡା (କାକଟପୂର ମନ୍ଦିର), ବାପୁଜୀ ରଣା (ତାରା ତାରେଣି ମନ୍ଦିର), ରଞ୍ଜନ ପଣ୍ଡା (ମଣିନାଗ ମନ୍ଦିର), ମହାରୁଦ୍ର ଝା (ରାମମନ୍ଦିର), ସାଇ ରାମ ଗାନ୍ଧି (ବେନୁ ପଡା ମଠ) ପ୍ରମୁଖ ସାମିଲ ହୋଇଥିଲେ ।

ଓଡ଼ିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ଆରମ୍ଭ ହୋଇଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ । ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ସମସ୍ତ ପ୍ରକାର ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details