ଓଡିଶା

odisha

ETV Bharat / state

ହାକିମାତି ନ ଦେଖାଇ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ: ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଚାରିଦ୍ବାର ଖୋଲିବା ଉଚିତ । ଭଗବାନଙ୍କ ସାଙ୍ଗରେ ଲୋକଙ୍କର କୌଣସି ବାଧକ ନ ହେଉ । ପଦକ୍ଷେପ ନେବା ଉଚିତ । ଅଧିକ ପଢନ୍ତୁ

ହାକିମାତି ନ ଦେଖାଇ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯାଉ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ହାକିମାତି ନ ଦେଖାଇ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯାଉ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Jul 22, 2023, 5:42 PM IST

ହାକିମାତି ନ ଦେଖାଇ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯାଉ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଭକ୍ତଙ୍କ ପାଇଁ ଖୋଲାଯାଉ ଶ୍ରୀମନ୍ଦିର ଚାରିଦ୍ବାରା । ଭକ୍ତ ଭଗବାନଙ୍କ ମିଳନରେ କୌଣସି ବାଧା ସୃଷ୍ଟି କରାନଯାଉ । ଶ୍ରୀମନ୍ଦିର ଚାରି ଦ୍ବାରା ଖୋଲାଯିବା ଦାବି ପ୍ରସଙ୍ଗରେ ଆଜି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ‘‘କରୋନା ସମୟରେ ଗୋଟେ ଦ୍ବାର ଖୋଳାଯାଇ ଅନ୍ୟ ଦ୍ବାର ବନ୍ଦ କରାଯାଇଥିଲା। ଏବେ କରୋନା ଡର ନାହିଁ । ପୁରୀ ପରିକଳ୍ପନା ପ୍ରକଳ୍ପ ପାଇଁ ଅବରୋଧ ଉଚ୍ଛେଦ ହୋଇଥିବାରୁ ଶ୍ରୀମନ୍ଦିର ସୁନ୍ଦର ଦେଖାଯାଉଛି । ପୁରୀବାସୀ ଏବଂ ଅନେକ ହିନ୍ଦୁ ଲୋକେ ପୁରୀ ରେ ଆସି ରୁହନ୍ତି। ସେମାନେ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ଜଗା ସଙ୍ଗେ ନିତିଦିନିଆ ସମ୍ପର୍କ, ଭାବ ଅଛି। ବୟସ୍କ ଲୋକେ, ମା ମାନେ ସମସ୍ତେ ଦର୍ଶନ କରିଥାନ୍ତି । ସେଥିପାଇଁ ଶ୍ରୀମନ୍ଦିର ଆରମ୍ଭ ଠାରୁ ଚାରୋଟି ଦ୍ବାର ହୋଇଥିଲା । ବର୍ତ୍ତମାନ କୌଣସି କାରଣ ପାଇଁ ସ୍ଥାୟୀ ଭାବେ ଦ୍ବାର ବନ୍ଦ କରିବା ଠିକ ନୁହେଁ । ଶ୍ରୀମନ୍ଦିରରେ ରହିଛି ଅନନ୍ୟ ପରମ୍ପରା । ଏଠି ସବୁ ଖୋଲା ମେଲା, ଅବାଧରେ ଦର୍ଶନ କରିଥାନ୍ତି ଭକ୍ତ । ଚାରୋଟି ଦ୍ବାର ସହ ଭକ୍ତଙ୍କ ଭାବାବେଗ ଅଛି ଖୋଲିବା ନିତାନ୍ତ ଜରୁରୀ ।’’ ସେହିପରି ଧର୍ମେନ୍ଦ୍ର କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଚାରିଦ୍ବାର ଖୋଲିବା ଉଚିତ । ଭଗବାନଙ୍କ ସାଙ୍ଗରେ ଲୋକଙ୍କର କୌଣସି ବାଧକ ନ ହେଉ । ପଦକ୍ଷେପ ନେବା ଉଚିତ।

ଏହାବି ପଢନ୍ତୁ- Chhatisa Nijog Meeting: ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିରର ଆଉ ଏକ ଦ୍ବାର

ବର୍ତ୍ତମାନ ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରୁଛନ୍ତି । ଅନ୍ୟ ଦ୍ବାରା ଗୁଡିକ ବନ୍ଦ ରହିଛି । ଏହାକୁ ନେଇ ସାରା ରାଜ୍ୟରେ ଭକ୍ତ ମହଲରେ ଅସନ୍ତୋଷ ବଢିବାର ଲାଗିଛି । ସମସ୍ତ ଦ୍ବାର ଖୋଲିବା ନେଇ ଭକ୍ତ ଦାବି କରିଆସୁଛନ୍ତି । ଏପରିକି ଏହାକୁ ନେଇ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା । ପୁରୀର ଆଇନଜୀବି ସଙ୍ଘ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରିଛି ।

ଏହାବି ପଢନ୍ତୁ- ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ, ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ

ଅନ୍ୟପଟେ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା । ବୈଠକରେ ମଧ୍ୟ ଚାରି ଦ୍ବାରା ଖୋଲିବା ନେଇ କୌଣସି ନିଷ୍ପତି ହୋଇପାରିନାହିଁ । ଏଥିପାଇଁ ପରିଚାଳନା କମିଟି ଏକ ସବ କମିଟି ଗଠନ କରି ଦାୟିତ୍ବ ସାରିଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details