ଭୁବନେଶ୍ବର: ରାଜ୍ୟବାସୀଙ୍କୁ ମିଳିବ ଖରାରୁ ସାମାନ୍ୟ ଆଶ୍ବସ୍ତି । ଗତ କିଛି ଦିନ ଦେବ ରାଜ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ର ବୃଦ୍ଧି ପାଇଥିବା ବେଳେ ତତଲା କଡେଇରେ ସିଝିଥିଲା ରାଜ୍ୟ । ତେବେ ୧୫ରୁ ପୁଣି ଆଉ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାକୁ ଥିବା ବେଳେ ରାଜ୍ୟବସୀଙ୍କୁ ରୁଦ୍ର ତାପରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ବେଳେ, ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ପଶ୍ଚିମା ଝଡର ପ୍ରଭାବରେ ୧୫ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, ଗଜପତିରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି । ତେବେ ୧୬ ତାରିଖରେ ୧୩ ଜିଲ୍ଲାରେ ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ୧୬ ତାରିଖରେ ଉତ୍ତର-ଉପକୂଳ ଜିଲ୍ଲାଗୁଡ଼ିକରେ ୪୦ ରୁ ୫୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ସେହିପରି ,୧୭ ତାରିଖରେ 12ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର । ବିଶେଷ ଭାବେ ଦକ୍ଷିଣ ଓଡିଶା ଓ ତାର ପାଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସେପଟେ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା, ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ।