ଭୁବନେଶ୍ବର: ବାତ୍ୟା ଫନିରେ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଅନେକ କ୍ଷତି ହୋଇଛି । ରଘୁରାଜପୁର ଭିଲେଜ, କଳାଭୂମି, କ୍ରାଫ୍ଟ ମ୍ୟୁଜିଅମ ଆଦି ବ୍ୟାପକ କ୍ଷତି ହୋଇଛି । 71 ହଜାର ଶିଳ୍ପୀ, 3400 ସୋସାଇଟି ନଷ୍ଟ ହୋଇଛି । ମୋଟ 65 .24କୋଟି ଟଙ୍କାର କ୍ଷତି ହୋଇଛି । ସେଡ଼, ଟ୍ରେନିଂ ସେଣ୍ଟର ନଷ୍ଟ ହୋଇଥିବା ଜଣାପଡିଛି ।
ଖୋର୍ଦ୍ଧା ଜିଲ୍ଲାର 99 ଟେଲିକମ ଏକ୍ସଚେଞ୍ଜ ମଧ୍ୟରୁ 83, ପୁରୀରେ 41ରୁ 24, କଟକରେ 77ରୁ ସବୁତକ କାର୍ଯ୍ୟ କରୁଛି । ସେଲ ଅନ ହ୍ବିଲ ଏୟାରଟେଲର 4ଟି, ଜିଓର 2ଟି ଆଜି କାର୍ଯ୍ୟକ୍ଷମ ହେବ । ଆଗରୁ 1ଟି କାର୍ଯ୍ୟ କରୁଛି ।
ସବୁ ବ୍ୟାଙ୍କ ଓ ଏଟିଏମ 13 ସୁଦ୍ଧା କାର୍ଯ୍ୟକ୍ଷମ ହେବା ଏନେଇ ନିର୍ଦ୍ଦେଶ ଦିଆଯାଇଛି। ମୋବାଇଲ ଏଟିଏମ ଓ ପିଓଏସ ମେସିନ ପଠାଯାଉଛି । ପୁରୀରେ ଏହା କାର୍ଯ୍ୟ କରୁଛି । 222 ଶାଖାରୁ 150 ଖୋଲିଛି । 275 ଏଟିଏମରୁ 43, 657 ଶାଖା ଖୋର୍ଦ୍ଧାର 545 କାମ କରୁଛି । 1184 ଏଟିଏମରୁ 412 ଏଟିଏମ କାମ କରୁଛି । ବିଜୁଳି- CDD1- 51 ଫିଡର କାର୍ଯ୍ୟ କରୁଛି । 72 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 70 ଜାହାରଙ୍କୁ ମିଳିଛି ସଂଯୋଗ ।