ଓଡିଶା

odisha

ETV Bharat / state

Bandi Sanjay Arrest: କାହିଁକି ଗିରଫ କଲା ପୋଲିସ, କଣ ପୁରା ମାମଲା - ତେଲେଙ୍ଗାନା ବିଜେପି ମୁଖ୍ୟ ବଣ୍ଡି ସଞ୍ଜୟ କୁମାର

ପୋଲିସ ବଣ୍ଡି ସଞ୍ଜୟଙ୍କ ବିରୋଧରେ ମାମଲା ରୁଜୁ କରିବା ସହ CRPC ଧାରା 151 ଆଧାରରେ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଏହି ଧାରା ଆଧାରରେ କୌଣସି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିପାରିବ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 5, 2023, 7:45 PM IST

କାହିଁକି ଗିରଫ କଲା ପୋଲିସ, କଣ ପୁରା ମାମଲା

ହାଇଦ୍ରାବାଦ:ତେଲେଙ୍ଗାନା କରିମନଗର ବିଜେପି ଲୋକସଭା ସାଂସଦ ତଥା ରାଜ୍ୟ ବିଜେପି ମୁଖ୍ୟ ବଣ୍ଡି ସଞ୍ଜୟ କୁମାରଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଛି ପୋଲିସ । ବଣ୍ଡି ସଞ୍ଜୟ କୁମାରଙ୍କ ଗିରଫଦାରୀ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ଗିରଫଦାରୀକୁ ନେଇ ବିଜେପି ଓ ବିଆରଏସ ମୁହାଁମୁହିଁ ହୋଇଥିବା ବେଳେ ସାରା ରାଜ୍ୟରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । କେନ୍ଦ୍ରୀୟ ମନ୍ତ୍ରୀ ତଥା ସିକନ୍ଦରାବାଦ ସାଂସଦ ଜି. କିଶାନ ରେଡ୍ଡୀ ସଞ୍ଜୟଙ୍କ ଗିରଫକୁ ବେଆଇନ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ।

ଏହାବି ପଢନ୍ତୁ- ମୋଦିଙ୍କ ଗସ୍ତ ପୂର୍ବରୁ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ ଅଟକ

କେଉଁ ଆଧାରରେ ଗିରଫ:ପୋଲିସ ବଣ୍ଡି ସଞ୍ଜୟଙ୍କ ବିରୋଧରେ ମାମଲା ରୁଜୁ କରିବା ସହ CRPC ଧାରା 151 ଆଧାରରେ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଏହି ଧାରା ଆଧାରରେ କୌଣସି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିପାରିବ । ଯଦି ପୋଲିସ ଆଶଙ୍କା କରି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିଛି ଘଟଣା ଘଟାଇ ପାରନ୍ତି କିମ୍ବା ତାଙ୍କ ଦ୍ବାରା କିଛି ଘଟିପାରେ । ସେହି କ୍ଷେତ୍ରରେ ପୋଲି CRPC ଧାରା 151 ରେ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଗିରଫ କରିବ ।

ବଣ୍ଡି ସଞ୍ଜୟ କୁମାରଙ୍କ ବିରୋଧରେ ଅଭିଯୋଗ: ରୁଜୁ ହୋଇଥିବା ଏତଲା ଓ ପୋଲିସର ସୂଚନା ଅନୁସାରେ ସଞ୍ଜୟଙ୍କ ବିରୋଧରେ ଏସଏସସି 10 ଶ୍ରେଣୀର ପରୀକ୍ଷା ପେପର ଲିକ ପରେ ସଞ୍ଜୟ ପରୀକ୍ଷାର୍ଥୀଙ୍କୁ ସରକରାଙ୍କ ବିରୋଧରେ ବିକ୍ଷୋଭ ପାଇଁ ପ୍ରତ୍ସାହିତ କରିଥିବା ଅଭିଯୋଗ । ଦ୍ବିତୀୟ ଅଭିଯୋଗ ହେଉଛି ଏସଏସସି 10 ଶ୍ରେଣୀର ପରୀକ୍ଷା ପେପର ଲିକ ଘଟଣାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସରକାରଙ୍କ ବିରୋଧରେ ପ୍ରଦର୍ଶନ ପାଇଁ ପ୍ରବର୍ତ୍ତାଇବା । ଯାହା ଦ୍ବାରା ସର୍ବସାଧରଣ ଶାନ୍ତି ଭଙ୍ଗ ହେବା ସହ ଆଇନ ଶୃଙ୍ଖଳା ବିଗିଡିବାର ଆଶଙ୍କା ଥିଲା । ତୃତୀୟ ଅଭିଯୋଗ ହେଉଛି ଏସଏସସି 10 ଶ୍ରେଣୀର ପରୀକ୍ଷା ପେପର ଲିକ ପ୍ରସଙ୍ଗରରେ ପରୀକ୍ଷା କେନ୍ଦ୍ର ବାହାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧାରଣ ପାଇଁ ଅନୁମତି ଦେବା । ଯଦ୍ବାରା ପରୀକ୍ଷାର୍ଥୀଙ୍କ ଉପରେ କୁପ୍ରଭାବ ପଡିବ । ଏହାଦ୍ବାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ । ଚତୁର୍ଥ ଅଭିଯୋଗ ରହିଛି ପରୀକ୍ଷା ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ବଣ୍ଡି ସଞ୍ଜୟ କୁମାର ଯେଉଁ ପଦକ୍ଷେପ ନେଇଥିଲେ ତାହା ସାରା ରାଜ୍ୟରେ ହେଉଥିବା ପରୀକ୍ଷା ଉପରେ ପ୍ରଭାବ ପଡିପାରେ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡିପାରେ ।

ଏହାବି ପଢନ୍ତୁ- MHA Advisory: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଡଭାଇଜରୀ

ୱାରଙ୍ଗଲ ସିପିଙ୍କ ସୂଚନା: ତେଲେଙ୍ଗାନା ବିଜେପି ମୁଖ୍ୟ ତଥା ସାଂସଦ ବଣ୍ଡି ସଞ୍ଜୟ କୁମାରଙ୍କ ଗିରଫକୁ ସ୍ପଷ୍ଟ କରିଛନ୍ତି ୱାରଙ୍ଗଲ ପୋଲିସ କମିଶନର ରଙ୍ଗନାଥ । କହିଛନ୍ତି ବଣ୍ଡି ସଞ୍ଚୟଙ୍କ ବିରୋଧରେ 10ମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାର ଅଭିଯୋଗ ରହିଛି । ସଞ୍ଜୟଙ୍କ ବିରୋଧରେ ଆଇପିସି ଧାରା 420, 120B, ମାଲପ୍ରାକ୍ଟିସ ଧାରା 5 ଓ ସିଆରପିସି ଧାରା 154, 151 ଓ 157 ଧାରାରେ ମାମଲା ରୁଜୁ ହୋଇଛି । ପୋଲିସ କମିଶନର କହିଛନ୍ତି ଲାଗିଥିବା ଧାରା ସବୁ ଜାମିନ ବିହୀନ ।

ପେପର ଲିକ ମାମଲ କଣ:ତେଲେଙ୍ଗାନାର ବିକରାବାଦ ଓ କମଲାପୁରରେ 10ମ ଶ୍ରେଣୀ ବାର୍ଷିକ ପରୀକ୍ଷା ପେପର ଲିକ ଘଟଣା ସାମନାକୁ ଆସିଥିଲା । ଏତଲା ଅନୁସାରେ କମଲାପୁରରେ କିଛି ଅଜ୍ଞାତ ଲୋକ ପରୀକ୍ଷା କେନ୍ଦ୍ର ବାହାରେ କିଛି ଅଜ୍ଞାତ ଛାତ୍ରଙ୍କ ଠାରୁ ପରୀକ୍ଷା ପେପରର ଫଟୋ ନେଇଥିଲେ । ସେହି ଫଟୋକୁ ବିଭିନ୍ନ ହ୍ବାଟସଆପ ଗ୍ରୁପରେ ଭାଇରାଲ କରିଥିଲେ । ସେହିପରି ବିକରାବାଦରେ ପରୀକ୍ଷା ଆରମ୍ଭ ହେବାର କିଛି କ୍ଷଣ ପରେ ଜଣେ ପରୀକ୍ଷା ନୀରିକ୍ଷକ ପରୀକ୍ଷା ପେପର ତଥା ପ୍ରଶ୍ନପତ୍ରର ଫଟୋ ନେଇ ଅନ୍ୟ ଜଣେ ଷ୍ଟାଣ୍ଡବାଏରେ ଥିବା ନୀରିକ୍ଷକଙ୍କୁ ପଠାଇଥିଲେ । ପଠାଇବାର ଉଦ୍ଦେଶ୍ୟ ଥିଲା ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରିବା ପାଇଁ । ସେହି ଉତ୍ତରକୁ କିଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀଙ୍କୁ ଦିଆ ଯାଇଥାନ୍ତା । ଏହି ଖବର କୌଣସି ସୂତ୍ରରୁ ସର୍ବସାଧାରଣରେ ଜଣାପଡିଗଲା । ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହେଲା । ଯଦିଓ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ହୋଇଥିବା କୁହାଯାଇଥିଲା । ଏହି ମାମଲା ସାମନାକୁ ଆସିବା ପରେ ତୁରନ୍ତ ରାଜ୍ୟ ବିଜେପି ମୁଖ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଶିକ୍ଷାମନ୍ତ୍ରୀ ପି ସବିତା ଇନ୍ଦ୍ରାଙ୍କ ଇସ୍ତଫା ଦାବି କରିଥିଲେ ।

ସରକାରଙ୍କ ପଦକ୍ଷେପ:ପେପର ଲିକ୍‌ ଘଟଣାରେ ସରକାର 4 ଜଣଙ୍କୁ ନିଳମ୍ବିତ କରିଛନ୍ତି । ବିକରାବାଦ ଜିଲ୍ଲାପାଳ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷା ବିଭାଗକୁ ସୁପାରିଶ କରିଛନ୍ତି । ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି ।

ଏହାବି ପଢନ୍ତୁ- ବିରୋଧୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ସିବିଆଇ ଓ ଇଡି ବିରୋଧରେ ଦାଖଲ ହୋଇଥିବା ଆବେଦନ ଖାରଜ

ବିଜେପିର ଆକ୍ରମଣ: ଦଳୀୟ ପ୍ରଦେଶ ସଭାପତିଙ୍କ ଗିରଫକୁ ନେଇ ସହଜରେ ଗ୍ରହଣ କରିପାରି ନାହିଁ ବିଜେପି । ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହାସହ ରାଜ୍ୟ ୟୁନିଟ ନେତାଙ୍କ ସହ ଆଲୋଚନା କରି ଆଇନଗତ ଓ ରାଜନୈତିକ ଲଢେଇ ପାଇଁ ଆହ୍ବାନ ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀ ସଞ୍ଜୟଙ୍କ ଗିରଫ ପରେ ରାଜ୍ୟ ସରାକରଙ୍କ ବିରୋଧରେ ବର୍ଷିଛନ୍ତି । ଏଭଳି ଗିରଫ ବେଆଇନ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଏହାସହ ବିଆରଏସ ବିଜେପି ବିରୋଧରେ ଯେତେ ଷଡଯନ୍ତ୍ର କଲେ ମଧ୍ୟ ବିଜେପି ପଛଘୁଞ୍ଚା ଦେବ ନାହିଁ ଆହୁରି ଶକ୍ତିର ସହ ଲଢେଇ କରିବ ବୋଲି କହିଛନ୍ତି । ଏତଦ ବ୍ୟତୀତ ବିଜେପିର ସମସ୍ତ ଜାତୀୟ ସ୍ତରର ନେତା କେସିଆରଙ୍କୁ କଡ଼ା ସମାଲୋଚନା କରିବା ସହ କେସିଆର କରୁଥିବା ପାପର ହିସାବ ହେବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details