ଓଡିଶା

odisha

ETV Bharat / state

Team Pride: ହକି ବିଶ୍ବକପ ପାଇଁ କମିଶନରେଟ ପୋଲିସ ଗଠନ କରିଲା ଟିମ ପ୍ରାଇଡ - ଟିମ ପ୍ରାଇଡ

ବିଶ୍ବକପ ହକିର ସଫଳ ଆୟୋଜନ ପାଇଁ ସବୁ ସ୍ତରରେ ନିଆଯାଉଛି ପଦକ୍ଷେପ । ଏନେଇ ସ୍ବତନ୍ତ୍ର ଭାବେ ଗଠନ କରାଯାଇଛି ଟିମ୍‌ ପ୍ରାଇଡ । ଅଧିକ ପଢନ୍ତୁ

Team Pride
Team Pride

By

Published : Jan 11, 2023, 6:09 PM IST

ଟିମ ପ୍ରାଇଡ

ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବ ହକି ବିଶ୍ବକପ । ଆସନ୍ତା ୧୩ ତାରିଖରେ ହକି ବିଶ୍ବକପ ଆରମ୍ଭ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ତେବେ ଓଡିଶାର ମୁଖଶାଳା ଭୁବନେଶ୍ବରକୁ ସରସ, ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି BMC । ଜବରଦଖଲଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ ପାଇଁ ବିଡିଏ, ବିଏମସି ଏବଂ କମିଶନରେଟ ପୋଲିସ ତରଫରୁ ଆରମ୍ଭ କରାଯାଇଛି ଟିମ୍‌ ପ୍ରାଇଡ୍‌ ।

ସ୍ବତନ୍ତ୍ର ଭାବେ ଗଠନ କରାଯାଇଥିବା TEAM PRIDE ଟିମରେ 17ଟି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇ ପ୍ରତ୍ୟେକ ଟିମକୁ ଭିନ୍ନ ଭିନ୍ନ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି । 17ଟି ଟିମରେ 150ଜଣ ସଦସ୍ୟ ରହିଛନ୍ତି । ପ୍ରତି ଟିମ୍‌ରେ ଦୁଇଜଣ ଲେଖାଏଁ ପୋଲିସ କର୍ମଚାରୀ ଥିବା ବେଳେ BMC କର୍ମଚାରୀ ଓ BDA କର୍ମଚାରୀ ରହିଛନ୍ତି । ଏସବୁ ଟିମ୍‌ରେ ଜଣେ DSP ଟ୍ୟାଙ୍କର ଅଧିକାରୀ ନେତୃତ୍ବ ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: National Youth Festival: ଗୁରୁବାର ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ମୋଦି

ଯେଉଁମାନେ ବେଆଇନ ଭାବେ ପାର୍କିଂ, ଦୋକାନ ଆଗରେ ଅଳିଆ ଆବର୍ଜନା ପକାଇଥିଲେ କିମ୍ବା ସହରର ସୌନ୍ଦର୍ଯ୍ୟରେ ବାଧକ ସୃଷ୍ଟି କରିଥିଲେ ସେମାନଙ୍କୁ ତାଗିଦ କରିବେ ଏହି ଟିମ୍‌ । ଏହାସହ ସହରକୁ ସ୍ବଚ୍ଛ, ସୁନ୍ଦର ଏବଂ ହାଇଜେନିକ ସେଣ୍ଟର କରାଯିବ ତାହାରି ଉପରେ ମଧ୍ୟ ଧ୍ୟାନ ଦିଆଯିବ । ତେବେ ଆଜି ହକିର ଉଦଘାଟନୀ ଉତ୍ସବ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୨୯ ତାରିଖ ଯାଏଁ ସହରକୁ ସୁନ୍ଦର ରଖିବା ପାଇଁ ପ୍ରୟାସ ଆରମ୍ଭ କରାଯିବ ବୋଲି କହିଛନ୍ତି କମିଶନର । ବିଶ୍ବକପ୍ ଶେଷ ହେବା ପର୍ଯ୍ୟନ୍ତ ଅମାନିଆଙ୍କ ଉପରେ ନଜର ରଖିବେ । ସେନେଇ ରିଜର୍ଭ ପଡିଆଠାରେ ପୋଲିସ କମିଶନର, BDA ଉପାଧ୍ୟକ୍ଷ ବଲୱନ୍ତ ସିଂ, BMC କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ପୋଲିସ କମିଶନର ଉମାକାନ୍ତ ଦାଶ ଓ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ରହି ଟିମ ପ୍ରାଇଡ଼ର ସଦସ୍ୟଙ୍କୁ ଶୃଙ୍ଖଳିତ ଭାବେ ମାନବିକତାର ସହ ନିଜନିଜ ଦାୟିତ୍ୱ ତୁଲାଇବା ସହ ସମସ୍ତଙ୍କର ବିଶ୍ୱାସଭାଜନ ହେବାକୁ ପରାମର୍ଶ ଦେଇଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details