ଓଡିଶା

odisha

ETV Bharat / state

ଟିମ ଓଡ଼ିଶାର ଜାପାନ ଗସ୍ତ ଫଳପ୍ରଦ : ଶିଳ୍ପ ମନ୍ତ୍ରୀ - ଟିମ ଓଡ଼ିଶାର ଜାପାନ ଗସ୍ତ ଫଳପ୍ରଦ

ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ପାରାଦ୍ୱୀପ ଓ ମହାକାଳପଡ଼ା ନିକଟରେ ଥିବା ଷ୍ଟିଲ ଇଣ୍ଡଷ୍ଟ୍ରୀ କିପରି କାର୍ଯ୍ୟକ୍ଷମ ହେବ, ଏହା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା । ଆଲୋଚନା ଫଳପ୍ରଦ ହୋଇଥିବାରୁ ଆମେ ଆଶାବାଦୀ ହୋଇ ଫେରିଛୁ । ସେମାନେ ନିଶ୍ଚୟ ଭାବେ ଆସୁଛନ୍ତି ଓ କାର୍ଯ୍ୟକ୍ରମ ନିଶ୍ଚୟ ଭାବେ ଆରମ୍ଭ କରିବେ ବୋଲି ଆଶାବାଦୀ । ଅଧିକ ପଢନ୍ତୁ

ଟିମ ଓଡ଼ିଶାର ଜାପାନ ଗସ୍ତ ଫଳପ୍ରଦ : ଶିଳ୍ପ ମନ୍ତ୍ରୀ
ଟିମ ଓଡ଼ିଶାର ଜାପାନ ଗସ୍ତ ଫଳପ୍ରଦ : ଶିଳ୍ପ ମନ୍ତ୍ରୀ

By

Published : Apr 11, 2023, 10:59 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରୁ ରାଜ୍ୟକୁ ବଡ ସଫଳତା ମିଳିଛି । ଦେଶରେ ସର୍ବବୃହତମ ଷ୍ଟିଲ ପ୍ଲାଣ୍ଟ ହେବ । ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି । ଟିମ ଓଡ଼ିଶାର 7 ଦିନର ଗସ୍ତକୁ ବେଶ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡ଼ରେ ଶିଳ୍ପାୟନ ଆଗେଇବ । 30 ନିୟୁତ ମେଟ୍ରିକ ଟନର ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବେ ମିତ୍ତଲ-ନିପନ ଷ୍ଟିଲ । ଏହା ପୂର୍ବରୁ ଭାରତରୁ 5ଟି ରାଜ୍ୟ ଜାପାନ ଗସ୍ତରେ ଯାଇ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଜାପାନୀ କମ୍ପାନି ଅଧିକ ଉତ୍ସାହିତ ଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ପାରାଦ୍ୱୀପ ଓ ମହାକାଳପଡ଼ା ନିକଟରେ ଥିବା ଷ୍ଟିଲ ଇଣ୍ଡଷ୍ଟ୍ରୀ କିପରି କାର୍ଯ୍ୟକ୍ଷମ ହେବ, ଏହା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା । ଆଲୋଚନା ଫଳପ୍ରଦ ହୋଇଥିବାରୁ ଆମେ ଆଶାବାଦୀ ହୋଇ ଫେରିଛୁ । ସେମାନେ ନିଶ୍ଚୟ ଭାବେ ଆସୁଛନ୍ତି ଓ କାର୍ଯ୍ୟକ୍ରମ ନିଶ୍ଚୟ ଭାବେ ଆରମ୍ଭ କରିବେ ବୋଲି ଆଶାବାଦୀ । 2030 ସୁଦ୍ଧା 30 ପ୍ରତିଶତ ଫସିଲ ଫୁୟେଲ ବ୍ୟବହାର କମେଇବାକୁ କେନ୍ଦ୍ର ସରକାର ଚୁକ୍ତିବଦ୍ଧ । ସେ ସଂକ୍ରାନ୍ତରେ 2022ରେ ହୋଇଥିବା ମେକ ଇନ ଓଡିଶାରେ ରାଜ୍ୟ ସରକାର 3ଟି ଚୁକ୍ତିନାମା ସ୍ଵାକ୍ଷର କରିଥିଲେ । ସେଥିମଧ୍ୟରୁ 2ଟି କମ୍ପାନୀ ଜାପାନୀ କମ୍ପାନୀ ସହିତ ଟାଏ ଅପ କରିଛନ୍ତି । ତାଙ୍କ ସହିତ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ହୋଇଛି ।

ପାରାଦ୍ୱୀପ ଓ ଗୋପାଳପୁରରେ ଗ୍ରୀନ ଆମୋନିଆ କିପରି ନିର୍ମାଣ ହେବ ଆଲୋଚନା ହୋଇଛି । ଆଗାମୀ ଦିନରେ ଗ୍ରୀନ ଆମୋନିଆ ଓ ଗ୍ରୀନ ହାଇଡ୍ରୋଜେନ ଚାହିଦା ନିଶ୍ଚୟ ଭାବେ ବଢିବ । ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଜାପାନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ଟିମ ଆଗକୁ ଓଡ଼ିଶା ଆସିବେ । ତାଙ୍କୁ ରାଜ୍ୟ ପକ୍ଷରୁ ଖୋଲା ନିମନ୍ତ୍ରଣ ଦିଆଯାଇଛି । ଓଡ଼ିଶା ଆସି ଗ୍ରାଉଣ୍ଡରେ ସ୍ଥିତି ପରଖିବେ । ରାଜ୍ୟ ସରକାର ଯାହା କହିଛନ୍ତି ତାହା ବାସ୍ତବରେ ପୂରା କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହା ପୂର୍ବରୁ ଭାରତରୁ 5ଟି ରାଜ୍ୟ ଜାପାନ ଗସ୍ତରେ ଯାଇ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଜାପାନୀ କମ୍ପାନି ଅଧିକ ଉତ୍ସାହିତ ଥିବା କହିଛନ୍ତି ଶିଳ୍ପମନ୍ତ୍ରୀ । ଓଡ଼ିଶାରେ ସୁଦୃଢ ଭିତ୍ତିଭୂମି ରହିଛି । ଶିଳ୍ପନୀତି ମଧ୍ୟ ବେଶ ସୁହାଉଛି । ତେଣୁ ଅଧିକାଂଶ ଜାପାନୀ ନିବେଶକ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details