ଓଡିଶା

odisha

ETV Bharat / state

ଶିକ୍ଷକ ଆନ୍ଦୋଳନ ନେଇ ଗୃହରେ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ - ବିଧାନସଭା ଶୀତ ଅଧିବେଶନ

ଗୃହରେ ଶିକ୍ଷକ ଆନ୍ଦୋଳନ ତାତି । ବିରୋଧିଙ୍କ ହୋହଲ୍ଲା ପରେ ଦିନ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ

ASSEMBLY
Etv BharatASSEMBLY

By

Published : Nov 28, 2022, 10:53 AM IST

Updated : Nov 28, 2022, 11:25 AM IST

ଭୁବନେଶ୍ବର: ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ଶିକ୍ଷକ ଆନ୍ଦୋଳନକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୃହ ଆରମ୍ଭରୁ ପୋଡିୟମ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳ (BJP and Congress MLAs agitating over teacher's issue )। ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦାବି ସମାଧାନ ନହେବା ପର୍ଯ୍ୟନ୍ତ ଗୃହକୁ ଅଚଳ କରାଯିବ ବୋଲି ବିରୋଧୀ ଚେତାବନୀ ଦେଇଛନ୍ତି । ସେପଟେ ଗୃହ କାର୍ଯ୍ୟ ସାଢ଼େ 11ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ମିଳିତ ପ୍ରାଥମିକ ଶିକ୍ଷକ ସଂଘ 3 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି । ପାଖାପାଖି 2 ଲକ୍ଷ ଶିକ୍ଷକ ଭୁବନେଶ୍ବରରେ ବିକ୍ଷୋଭ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆଗରୁ କହିଥିଲେ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରାଯିବ । ଶିକ୍ଷକ ନିଯୁକ୍ତି ସହ ଅନ୍ୟ ଭିତ୍ତିଭୂମି ନବକଳେବର କରାଯିବ । ମୁଖ୍ୟମନ୍ତ୍ରୀ ଘୋଷଣା ମଧ୍ୟ କରିଥିଲେ ଯେ ଠିକା ଶିକ୍ଷକଙ୍କୁ ସ୍ଥାୟୀ କରାଗଲା । ସମସ୍ତ ଶିକ୍ଷକଙ୍କୁ ସରକାରୀ ନିଯୁକ୍ତି ଦିଆଯିବ ବୋଲି କହିଥିଲେ ସରକାର । 6 ବର୍ଷ ପରେ ଠିକା ଶିକ୍ଷକ ମାନଙ୍କୁ ସ୍ଥାୟୀ କରାଯାଉଥିଲା । କିନ୍ତୁ 6 ବର୍ଷକୁ ରେଗୁଲାର ହିସାବରେ ଗଣତି କରାଗଲା ନାହିଁ । 6ଟି ଇଣ୍କ୍ରିମେଣ୍ଟ ମଧ୍ୟ ଦିଆଗଲା ନାହିଁ । କେନ୍ଦ୍ରୀୟ ହାରରେ ବେତନ ଦେବାର ବ୍ୟବସ୍ଥା କରାଗଲା ନାହିଁ । ପୁରୁଣା ପେନସନ ପ୍ରଥାର ମଧ୍ୟ ପ୍ରଚଳନ ହେଉନାହିଁ । ଏହି 3ଟି ଦାବି ନେଇ ଶିକ୍ଷକ ମାନେ ବିକ୍ଷୋଭ କରୁଛନ୍ତି ।

ଶିକ୍ଷକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ, ତାହା କୁଆଡେ ଗଲା ? ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ କୁଆଡେ ଗଲେ ? ପଦ୍ମପୁରରେ ପ୍ରଚାର କରିବା ପାଇଁ କାହାଠୁ ଅନୁମତି ନେଇ ଯାଇଛନ୍ତି ମନ୍ତ୍ରୀ ସମୀର ଦାସ ? ଏମିତି ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 28, 2022, 11:25 AM IST

ABOUT THE AUTHOR

...view details