ଓଡିଶା

odisha

ETV Bharat / state

ଅଭିଭାବକ-ଶିକ୍ଷକ ବୈଠକ, ସିଲାବସ ଉପରେ ଫୋକସ - ଅଭିଭାବକ ଶିକ୍ଷକ ବୈଠକ

ଆଜି ରାଜ୍ୟବ୍ୟାପୀ ଅଭିଭାବକ ଓ ଶିକ୍ଷକ ବୈଠକ ହୋଇଛି । ବୈଠକଟି ଚଳିତ ଶିକ୍ଷାନୀତିର ପ୍ରଥମ ବୈଠକ । ଅଧିକ ପଢନ୍ତୁ

parents teacher meeting
ଅଭିଭାବକ-ଶିକ୍ଷକ ବୈଠକ

By

Published : Apr 21, 2023, 2:10 PM IST

ଅଭିଭାବକ- ଶିକ୍ଷକ ବୈଠକ

ଭୁବନେଶ୍ବର: ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଶେଷ କରି ସିଲାବସ ଉପରେ ଫୋକସ କରାଯିବା ସହିତ ଅବକାଶ ଗୃହକାର୍ଯ୍ୟ ଉପରେ ଆଲୋଚନା ହୋଇଛି । ପିଲାଙ୍କୁ ଗ୍ରୀଷ୍ମ କାଳୀନ ସିଲାବସ ଯୋଗାଇ ଦିଆଯାଇଛି । ପାଠ୍ୟକ୍ରମକୁ ସରଳ କରିବା ପାଇଁ ପିଲାଙ୍କୁ ହାଡ ଏବଂ ସଫ୍ଟ କପି ଯୋଗାଇ ଦିଆଯାଇଛି । ଏଥି ସହିତ ଅନଲାଇନ କ୍ଲାସ ମଧ୍ୟ କରାଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କରାଯାଇଛି । ଏହି ସମୟରେ ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ନିୟୋଜିତ ରଖିବା ପାଇଁ 'ଅବକାଶ ଗୃହକାର୍ଯ୍ୟ' ଆରମ୍ଭ ହେବ । ଗ୍ରୀଷ୍ମ ଛୁଟି ସମୟରେ ପିଲାମାନେ ଅଭିଭାବକଙ୍କ ସହୟତାରେ ଗୃହ କାର୍ଯ୍ୟ ଶେଷ କରିବେ । ଛୁଟି ଉପଭୋଗ ସହ ପାଠ ସହିତ ଯୋଡି ହୋଇ ରହିପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ ବିଶେଷ ଭାବରେ ସିଲାବସ ଉପରେ ଫୋକସ କରାଯାଇଛି । ପିଲାଙ୍କୁ ଗ୍ରୀଷ୍ମ କାଳୀନ ସିଲାବସ ଯୋଗାଇ ଦିଆଯାଇଛି । ପାଠ୍ୟକ୍ରମକୁ ସରଳ କରିବା ପାଇଁ ପିଲାଙ୍କୁ ହାଡ ଏବଂ ସଫ୍ଟ କପି ଯୋଗାଇ ଦିଆଯାଇଛି । ଏଥି ସହିତ ଅନଲାଇନ କ୍ଲାସ ମଧ୍ୟ କରାଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ଚଳିତ ଶିକ୍ଷାବର୍ଷ ୨୦୨୩-୨୪ର ଏହା ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଭ୍ୟ ଯୋଗ ଦେଇଛନ୍ତି । ବୈଠକରେ ୧୩ଟି ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରାଯାଇଛି । ବିଶେଷ ଭାବରେ ସିଲାବସ ଉପରେ ଫୋକସ କରାଯାଇଥିବା ବେଳେ ସାଇବର ସୁରକ୍ଷା ଉପରେ ଅଧିକ ପ୍ରାଥମିକତା ଦିଆଯାଇଛି । ପିଲାମାନେ କିଭଳି ଭାବରେ ଖୁସି ଖୁସିରେ ସ୍କୁଲକୁ ଆସିବେ ସେନେଇ ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନାନୁସାରେ, ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବିଦ୍ୟାଳୟକୁ ‘ଶୈକ୍ଷିକ କ୍ୟାଲେଣ୍ଡର’ ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ, ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନର ପ୍ରାଧାନ୍ୟ, ପିଲାମାନଙ୍କର ଶିକ୍ଷଣ ବଢ଼ାଇବା ନିମନ୍ତେ ‘ଗ୍ରୀଷ୍ମ ଅବକାଶରେ ପାଠପଢା’, ଗ୍ରୀଷ୍ମ ପ୍ରବାହ ପାଇଁ ଅଂଶୁଘାତ ପ୍ରତି ସାବଧାନତା, ଅନଲାଇନରେ ପାଠପଢା ସୁରକ୍ଷା ସମ୍ବନ୍ଧୀୟ କିଛି ଭ୍ରାନ୍ତଧାରଣା, ସତ୍ୟତା ଏବଂ ଏହାର ସମାଧାନ, ଅଭିଭାବକଙ୍କ ପାଇଁ ବିଶେଷ ଭାବରେ ସାଇବର ସଚେତନତା କାର୍ଯ୍ୟକ୍ରମ ଓ ‘ଶିକ୍ଷାରେ ଉତ୍କର୍ଷ ଆଣିଛି ଓଡ଼ିଶା’ ଆଦି ବୈଠକରେ ବିଶେଷ ଭାବରେ ଆଲୋଚିତ କରାଯାଇଛି ।

ଚଳିତବର୍ଷ ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶରେ ପ୍ରାଥମିକ ଓ ମାଧ୍ୟମିକସ୍ତରର ପିଲାମାନଙ୍କ ପାଇଁ ‘ଅବକାଶ ଗୃହକାର୍ଯ୍ୟ’ ପ୍ରଦାନ ଓ ଏହାକୁ ତ୍ବରାନ୍ୱିତ କରିବା ପାଇଁ ଜିଲ୍ଲା ସ୍ତରରେ ହେଲ୍ପଡେସ୍କ ତଥା କଲ୍ ସେଣ୍ଟରର ପ୍ରଚଳନ ହେବ । ଉକ୍ତ ସଭାରେ ‘ଶିକ୍ଷାରେ ଉତ୍କର୍ଷ ଆଣିଛି ଓଡ଼ିଶା’ ମାଧ୍ୟମରେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୫% ଆସନ ସଂରକ୍ଷଣ ଡାକ୍ତରୀ ଓ ବୈଷୟିକ ଶିକ୍ଷାରେ ନାମ ଲେଖାଇବା ପାଇଁ ଏକ ନୂତନ ପଦକ୍ଷେପ ବୋଲି ଅଭିଭାବକମାନଙ୍କୁ ସଚେତନ କରାଯାଇଛି । ବିଦ୍ୟାଳୟ ରୂପାନ୍ତରୀକରଣ, ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ମାଗଣା ସାଇକଲ ଯୋଗାଣ ଓ ପୋଷାକ (ୟୁନିଫର୍ମ) ଯୋଗାଣ ଆଦି ବିଷୟରେ ଆଲୋଚନା ମଧ୍ୟ କରାଯାଇଛି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details