ଓଡିଶା

odisha

ETV Bharat / state

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଅଟକ

ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ । ଅଶାଳୀନ ଇଙ୍ଗିତ କରିବା ସହିତ ସମ୍ବେଦନଶୀଳ ଅଙ୍ଗକୁ ଜୋର ଜବରଦସ୍ତ ସ୍ପର୍ଶ କରିଥିଲେ ପ୍ରଧାନଶିକ୍ଷକ । ଅଧିକ ପଢ଼ନ୍ତୁ

By

Published : Apr 9, 2022, 5:29 PM IST

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ପ୍ରଧାନଶିକ୍ଷକ ଅଟକ
ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ପ୍ରଧାନଶିକ୍ଷକ ଅଟକ

ନିଆଳି: ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନରିଶୋ ପ୍ରାଥମିକ ବିଦ୍ୟାଳୟରୁ । ଶୁକ୍ରବାର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଚାଲିଥିଲା । ସେହି ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ ସହଯୋଗୀ ସହକାରୀ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିଥିଲେ ।

ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କୁ ଅଶାଳୀନ ଇଙ୍ଗିତ କରିବା ସହିତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଜୋର ଜବରଦସ୍ତ ସ୍ପର୍ଶ କରିଥିଲେ। ସେହି ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ୨ ଜଣ ସଦସ୍ୟ ବୈଠକରେ ଯୋଗ ଦେବାକୁ ଆସିଥିଲେ।

ଏନେଇ ଶିକ୍ଷୟିତ୍ରୀ ଜଣକ ସ୍ଥାନୀୟ ନେତୃବୃନ୍ଦ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଜି ପ୍ରଧାନଶିକ୍ଷକ ସ୍କୁଲକୁ ଆସିବା ପରେ ତାଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ବାଲିପାଟଣା ପୋଲିସ ପହଁଞ୍ଚି ପ୍ରଧାନଶିକ୍ଷକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ତେବେ ଘଟଣାର କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details