ଖୋର୍ଦ୍ଧା:ଏଲଆଇସି ଏଜେଣ୍ଟଙ୍କ ରସିକିଆ ପ୍ରେମ । ଜଣେ କି ୨ ଜଣ ନୁହେଁ, ୭ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇ କରିଥିଲେ ବିବାହ । ଏକଥା ଜଣାପଡ଼ିବା ପରେ ଏହି ରସିକିଆ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣା ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।
ଜିଲ୍ଲା ଟାଙ୍ଗୀ ଥାନା ରତନପୁର ଗ୍ରାମ ପଞ୍ଚାୟତ ତାରିଣୀ ସାହିର ଯୁବକ ସନ୍ତୋଷ କୁମାର ବେହେରା ଏଲ୍ଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ପ୍ରଥମେ ତାଙ୍କର ବିବାହ ସୋରଣ ଗ୍ରାମର ଇନ୍ଦୁ ବେହେରାଙ୍କ ସହ ହୋଇଥିଲା । କିନ୍ତୁ ଗୋଟିଏ ସ୍ତ୍ରୀ ସହ ମନ ନବୁଝିବାରୁ ନିଜକୁ ବ୍ୟାଙ୍କ ଅଫିସର, ବ୍ଲକ କର୍ମଚାରୀ ପରିଚୟ ଦେଇ ଅଭାବୀ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା ସନ୍ତୋଷ ।