ଓଡିଶା

odisha

ETV Bharat / state

୧୦ ଦଫା ଦାବି ନେଇ ଟାଙ୍ଗୀ ବ୍ଲକ୍ ସମ୍ମୁଖରେ କଂଗ୍ରେସର ପ୍ରଦର୍ଶନ - khurdha latest news

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନ୍ୟାୟ, ଅନୀତି, ଦୁର୍ନୀତି ବିରୋଧରେ ଟାଙ୍ଗୀ ବ୍ଲକ୍ କଂଗ୍ରେସ ପକ୍ଷରୁ ୧୦ଦଫା ଦାବି ନେଇ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

Tangi block congress protest in front of block office
୧୦ଦଫା ଦାବି ନେଇ ଟାଙ୍ଗୀ ବ୍ଲକ୍ ସମ୍ମୁଖରେ କଂଗ୍ରେସର ପ୍ରଦର୍ଶନ

By

Published : Aug 25, 2021, 9:09 PM IST

ଖୋର୍ଦ୍ଧା: ଜିଲ୍ଲା କଂଗ୍ରେସ ଦଳ ତରଫରୁ ଆଜି ଟାଙ୍ଗୀ ବ୍ଲକ୍ ଘେରାଉ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନ୍ୟାୟ, ଅନୀତି, ଦୁର୍ନୀତି ବିରୋଧରେ ଟାଙ୍ଗୀ ବ୍ଲକ୍ କଂଗ୍ରେସ ପକ୍ଷରୁ ୧୦ଦଫା ଦାବି ନେଇ ଘେରାଉ କରାଯାଇଛି ।

୧୦ଦଫା ଦାବି ନେଇ ଟାଙ୍ଗୀ ବ୍ଲକ୍ ସମ୍ମୁଖରେ କଂଗ୍ରେସର ପ୍ରଦର୍ଶନ

ଟାଙ୍ଗୀ ବ୍ଲକ୍ କଂଗ୍ରେସ ଦଳ ତରଫରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନ୍ୟାୟ, ଅନୀତି, ଦୁର୍ନୀତି ବିରୋଧରେ ସ୍ଥାନୀୟ ବଳରାମ ଦେବ ମନ୍ଦିର ପରିସରରୁ ଏକ ବିରାଟ ରାଲିରେ କଂଗ୍ରେସ ଦଳର ରାଜ୍ୟ ନେତୃ ମଣ୍ଡଳୀ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ଯୋଗଦେଇ ଟାଙ୍ଗୀ ବ୍ଲକ୍ ଘେରାଉ କରିବା ସହ ବ୍ଲକ୍ ସମ୍ମୁଖରେ ଏକ ପ୍ରତିବାଦ ସଭା କରିଥିଲେ । ଏହି ପ୍ରତିବାଦ ସଭାରେ ଟାଙ୍ଗୀ ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତି, ବାର୍ଦ୍ଧକ୍ୟ ଓ ବିଧବା ଭର୍ତ୍ତାରେ ଅନିୟମିତତା, ମନରେଗା ଯୋଜନାରେ ଶ୍ରମିକଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ, ବିଦ୍ୟୁତ୍, ପେଟ୍ରୋଲ, ଡିଜେଲ, ଗ୍ୟାସର ଅହେତୁକ ଦରବୃଦ୍ଧି ହ୍ରାସ କରିବା, ଟାଙ୍ଗୀକୁ ଏନ୍ଏସି ମାନ୍ୟତା ଭଳି ପ୍ରମୁଖ ଦାବି ୧୦ଦଫା ଦାବି ନେଇ ଟାଙ୍ଗୀ ବିଡିଓ ଐଶ୍ୱର୍ଯ୍ୟା ସାମନ୍ତରାୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ବିଶ୍ୱ ଭୂଷଣ ଛୋଟରାୟ, ଚିଲିକା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ, ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details