ଖୋର୍ଦ୍ଧା: ଲକଡାଉନ ସମୟରେ ମଧ୍ୟ ପଥର ମାଫିଆ ସକ୍ରିୟ ହୋଇଛନ୍ତି । ସରକାରଙ୍କ କୌଣସି କଟକଣାକୁ ଖାତିର ନକରି ଦିନ ଦ୍ୱିପ୍ରହରରେ କରୁଛନ୍ତି ସେମାନଙ୍କର ବେପାର ।
ଆଜି(ରବିବାର) ମଧ୍ୟାହ୍ନ ସମୟରେ ଟାଙ୍ଗୀ ତହସିଲ ଅଞ୍ଚଳ ବ୍ରୁଷବନ୍ଧ ମୌଜାରୁ ଖୋର୍ଦ୍ଧାକୁ ବେଆଇନ ଭାବେ କଳା ମୁଗୁନି ପଥର ଓ ମେଟାଲ ଚାଲାଣ ହେଉଥିବା ଖବର ପାଇ ଚାନ୍ଦପୁର ଥାନା ପୋଲିସ ଓ ରଣପୁର ତହସିଲଦାର ମିଳିତ ଭାବେ ଚାନ୍ଦପୁର ନିକଟ ୧୬ ନଂ ଜାତୀୟ ରାଜପଥରେ ଚଢାଉ କରିଥିଲେ ।