ଭୁବନେଶ୍ବର: ଓଡ଼ିଆ ବିଶ୍ବ ବିଦ୍ୟାଳୟ ପାଇଁ ବସିଲା ସିଲାବସ୍ କମିଟି ବୈଠକ । ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ୬ ଜଣିଆ କମିଟିର ବୈଠକ କରାଯାଇଛି । କମିଟି ଅଧ୍ୟକ୍ଷ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତାବିତ ସିଲାବସ୍ ଓ ପାଠ୍ୟ ପୁସ୍ତକ ନେଇ ଆଲୋଚନା ହୋଇଛି । ବୈଠକରେ ପ୍ରସ୍ତାବିତ ସିଲାବସ ସରକାରଙ୍କୁ ଦିଆଯିବ । ଏହି ଆଧାରରେ ଛାତ୍ରଛାତ୍ରୀ ପାଠ ପଢ଼ିବେ ।
ଏହା ମଧ୍ୟ ପଢ଼ନ୍ତୁ:ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ସେପ୍ଟେମ୍ବର ୫ରୁ ସତ୍ୟବାଦୀ ଓଡ଼ିଆ ବିଶ୍ଵ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ । ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଭଳି ତିନୋଟି ବିଭାଗରେ ଛାତ୍ରଛାତ୍ରୀ ଆଡ଼ମିଶନ ନେବେ । ସବୁ ବିଭାଗରେ ୨୪ଟି ଲେଖାଏଁ ସିଟ୍ ରହିବ । ତେବେ କ୍ୟାମ୍ପସ କାମ ଶେଷ ହୋଇନ ଥିବାରୁ ଅସ୍ଥାୟୀ କ୍ୟାମ୍ପସରେ ପିଲାଙ୍କୁ ପଢ଼ାଯାଇପାରେ । କମିଟିରେ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍ ମାଦି, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ପ୍ରମୁଖ ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ, ଏଯାଏଁ କାର୍ଯ୍ୟକ୍ଷମ ହୋଇନି ନିଜସ୍ୱ ୱେବ୍ସାଇଟ୍