ଭୁବନେଶ୍ବର: ରଥ ମହାଖଳାରେ ଲାଗିଲା ଲିଙ୍ଗରାଜଙ୍କ ରଥ । ୬ଷ୍ଠ ଦିନରେ ମହାଖଳାରେ ଲାଗିଛି ରଥ । ୬ ଦିନରେ ସ୍ୱର୍ଣ୍ଣାଦ୍ରି ବିଜେ ନଥିବାରୁ ଆଜି ହେବ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦି ବିଜେ । ଏଥିସହ ରଥଖଳାରେ ଅଟକିଛନ୍ତି ମହାପ୍ରଭୁ ଲିଙ୍ଗରାଜ ଚନ୍ଦ୍ରଶେଖର ଦୋଳ ଗୋବିନ୍ଦ ଓ ରୁକ୍ମିଣୀ । ତେବେ ରବିବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା ଥିବା ବେଳେ ତିନିମୁଣ୍ଡିଆ ଛକର ଅଳ୍ପ ଦୂରରେ ରଥ ଅଟକିଥିଲା । ପୁଣି ଗତକାଲି ଭକ୍ତମାନେ ୪ଟା ୧୫ରୁ ରଥ ଟଣା ଆରମ୍ଭ କରିଥିଲେ । ଘଣ୍ଟ ଘଣ୍ଟା ଡାହୁକର ଡାକ ଓ ନମ ଶିବାୟ ଧ୍ୱନିରେ ଝୁଲିଝୁଲି ଆସିଥିଲେ ଲିଙ୍ଗରାଜ ଓ ସନ୍ଧ୍ୟା ୭ଟା ବେଳକୁ ରଥ ଖଳାରେ ଲାଗିଥିଲେ । ପହଁଚିବା ପରେ ଆଜି ସ୍ୱର୍ଣ୍ଣାଦି ବିଜେରେ ବିଧି ସମ୍ପର୍ଣ୍ଣ ପରେ ମନ୍ଦିରକୁ ବାହୁଡ଼ିବେ ଲିଙ୍ଗରାଜ ।
ଅନ୍ୟପଟେ ଗତକାଲି ପରମ୍ପରା ମୁତାବକ ମତ ପାର୍ବତୀ ରଥ ପରିଭ୍ରମଣରେ ଆସିଥିଲେ । ପାଲିଙ୍କିରେ ସେବାୟତଙ୍କ ଗହଣରେ ଆସି ରଥ ଚାରିପାଖ ପରିଭ୍ରମଣ କରିଥଲେ । ଆଉ ସେଠାରେ ମାଆ ହେରା ଦଶମୀ ଦିନର ରାଗ ଦେଖାଇଥିଲେ । ସାଥିରେ ମହାପ୍ରଭୁ ଲିଙ୍ଗରାଜ ଦେବୀ ରୁକ୍ମିଣୀଙ୍କୁ ମାଉସୀ ମାଆ ଘର ନେଇ ନ ଥିବା ବେଳେ ମାଆ ରାଗିଥିଲେ । ଆଉ ଅଭିମାନରେ କାହିଁକି ମତେ ନେଇନାହଁ ବୋଲି ରଥ ଭାଙ୍ଗିଥିଲେ । ମାନ ଅଭିମାନର ପରମ୍ପରା ସାରିବା ପରେ ମାଆ ଯେତେବେଳେ ଫେରିଯାଇଥିଲେ ସେତେବେଳେ ପୁଣି ରଥ ଗଡିଥିଲା ।