ଓଡିଶା

odisha

By

Published : Sep 16, 2019, 8:44 PM IST

ETV Bharat / state

ରାଜଧାନୀରେ ହେବ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ

'ସ୍ବଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ମାଧ୍ୟମରେ ଡିଭିଜନର 133ଟି ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନ କରାଯାଉଛି ।

ରାଜଧାନୀରେ ହେବ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ: ରେଳ ପ୍ରବନ୍ଧକ

ଖୋର୍ଦ୍ଧା: ଚଳିତ ମାସ 11 ତାରିଖରୁ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ପକ୍ଷରୁ ଜାରି ରହିଛି 'ସ୍ବଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡିଭିଜନର 133ଟି ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନ କରାଯାଉଛି ।

ରାଜଧାନୀରେ ହେବ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ: ରେଳ ପ୍ରବନ୍ଧକ

ଏହି କାର୍ଯ୍ୟକ୍ରମ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ରୋଡ଼ ରେଳ ପ୍ରବନ୍ଧକ ଶଶିକାନ୍ତ ସିଂ କହିଛନ୍ତି, ପ୍ଲାଷ୍ଟିକ ଫ୍ରି ନିମନ୍ତେ ଡିଭିଜନ ପକ୍ଷରୁ ଖୋର୍ଦ୍ଧା ରୋଡ଼, ପୁରୀ, ବାଲୁଗାଁ, ପଲାସା, ବ୍ରହ୍ମପୁର, ଯାଜପୁର, କେନ୍ଦୁଝର ଓ ଭଦ୍ରକ ଆଦି ଷ୍ଟେସନ ମାନଙ୍କରେ ପ୍ଲାଷ୍ଟିକ ପାଣି ବୋତଲ କ୍ରସିଂ ମେସିନ ଲଗାଯିବାର ବନ୍ଦୋବସ୍ତ କରାଯାଇଛି । ଏହା ସହିତ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଠାରେ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ପୁରୀ ଠାରେ ଏଲୁମୁନେଟ ପ୍ଲାଣ୍ଟ ନିର୍ମାଣ କରାଯିବାର ଯୋଜନା ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details