ଖୋର୍ଦ୍ଧା: ବାଣପୁରରେ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହେଲେ ବିଧାୟକଙ୍କ ଗାଡ଼ି ନମ୍ବରକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରୁ ପୋଲିସକୁ ମିଳିଥିବା ଗାଡ଼ିର ନମ୍ବରକୁ ନେଇ ଜାଲିଆତି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଏନେଇ ସ୍ପଷ୍ଟ ରଖିଛନ୍ତି ଖୋର୍ଦ୍ଧା ଏସ୍ପି।
Banapur Violence: ସନ୍ଦେହରେ ଦୁର୍ଘଟଣା ଘଟାଇଥିବା ଗାଡ଼ି, ନମ୍ବରକୁ ନେଇ ଉଠିଲା ପ୍ରଶ୍ନ - ବାଣପୁରରେ ହିଂସା
ବାଣପୁରରେ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣା। ଘଟଣାସ୍ଥଳରୁ ପୋଲିସକୁ ମିଳିଥିବା ଗାଡ଼ି ନମ୍ବରକୁ ନେଇ ଜାଲିଆତି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଅଧିକ ପଢ଼ନ୍ତୁ
ଘଟଣାସ୍ଥଳରୁ ମିଳିଥିବା ତାଙ୍କ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି। ତେବେ ଗାଡ଼ିର ଚେଚିସ ଓ ନମ୍ବର ତାଳମେଳ ଖାଉନଥିବା ଦେଖିବାକୁ ମିଳିଛି। ଏସ୍ପିଙ୍କ କହିବା ମୁତାବକ ଗତ ୧୨ ତାରିଖରେ ବାଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଗାଡି ଚଢ଼ାଇ ଦେଇଥିଲେ ତାହା ରେଞ୍ଜ ରୋଭର ଗାଡ଼ି । ତାହାର ନମ୍ବର ଥିଲା OD୦୨AY୫୭୭୫ । ମାତ୍ର ଏହି ନମ୍ବର ଥିବା ଗାଡ଼ି ଏକ କ୍ରେଟା କାରର ବୋଲି ଜଣାପଡ଼ିଛି। ତେବେ ଏନେଇ ଯାଞ୍ଚ ହେଉଛି ଏବଂ ରିପୋର୍ଟ ଆସିବା ପରେ ଏହାର ସତ୍ୟତା ଜଣାପଡ଼ିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍ପି ଅଲେଖ ଚନ୍ଦ୍ର ପାହି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ