ଖୋର୍ଦ୍ଧା : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ପାରିବାରିକ କଳହକୁ କେନ୍ଦ୍ର କରି ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲା ଗ୍ରାମରେ।
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ପରିବାର ପକ୍ଷରୁ ହତ୍ୟା ଅଭିଯୋଗ - khurdha district news
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ...
ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଶରତ ବେହେରାଙ୍କ ପୁଅ ସନ୍ତୋଷ ସହିତ ବରଂ ଥାନା ଅନ୍ତର୍ଗତ କୁଯିମହଲ ଗ୍ରାମର ସୁନାକର ବେହେରାଙ୍କ ସାନ ଝିଅ ଛବିନାଙ୍କ ସହ ୫ବର୍ଷ ତଳେ ବିବାହ ହୋଇଥିଲା। ଗତକାଲି ରାତିରେ ଛବିନାକୁ ଗୁରୁତର ଅବସ୍ଥାରେ ଶାଶୁଘର ଲୋକେ ଖୋର୍ଦ୍ଧା ମେଡିକାଲକୁ ଆଣିଥିଲେ। ମେଡିକାଲ ଆଣିବାବେଳକୁ ତାଙ୍କର ମୃତ୍ୟୁ ଘଟିଥିବାରୁ ପୋଲିସ ମୃତଦେହ ଜବତ କରି ବାପଘରକୁ ଖବର ଦେଇଥିଲେ । ମୃତ ଛବିନାର ଭାଇ ପହଞ୍ଚି ତାଙ୍କ ଭଉଣୀକୁ ମାରି ଦେଇଥିବାର ଅଭିଯୋଗ କରିଛନ୍ତି । ପୋଲିସ ସ୍ବାମୀ,ଶାଶୁ, ଶ୍ବଶୁରକୁ ଅଟକ ରଖି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ