ଓଡିଶା

odisha

ETV Bharat / state

ଭାଇ ହତ୍ୟା ପରେ ଭୟରେ ପରିବାର, ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ

ରାଜଧାନୀରେ ଯୁବକଙ୍କୁ ହତ୍ୟା ପରେ ପରିବାର ସଦସ୍ୟଙ୍କୁ ଖୋଜୁଛନ୍ତି ହତ୍ୟାକାରୀ । ସୁରକ୍ଷା ପାଇଁ ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ । ଅଧିକ ପଢନ୍ତୁ

sushant murder case
sushant murder case

By

Published : May 28, 2023, 1:45 PM IST

sushant murder case

ଭୁବନେଶ୍ବର:ନାବାଳିକା ଅସଦାଚରଣ ଘଟଣାକୁ କେନ୍ଦ୍ରକରି ରାଜଧାନୀରେ ଯୁବକଙ୍କୁ ହତ୍ୟା ଘଟଣା । ଅସଦାଚରଣ ଅଭିଯୋଗ ଥାନାରୁ ନଉଠାଇବାରୁ ଯୁବକଙ୍କୁ କରାଯାଇଥିଲା ହତ୍ୟା । ସୁଶାନ୍ତ ନାୟକୁ ହତ୍ୟା ପରେ ଏବେ ପରିବାର ଉପରେ ନଜର ରଖିଛନ୍ତି ହତ୍ୟାକାରୀ । ଯାହାକୁ ନେଇ ଭୟରେ ଦିନ କାଟୁଛନ୍ତି ମୃତ ସୁଶାନ୍ତଙ୍କ ପରିବାର ଲୋକେ ।

ନିତିଦିନ କାମକୁ ଯାଉଥିବା ସ୍ଥାନକୁ ଯାଇ ପଚରାଉଚରା କରୁଛନ୍ତି ସୁଶାନ୍ତଙ୍କ ହତ୍ୟାକାରୀ । ଏପରିକି ତାଙ୍କ ସହ କାମ କରୁଥିବା ଅନ୍ୟ ସହଯୋଗୀଙ୍କୁ ମଧ୍ୟ କାହିଁକି ଆସୁନାହାନ୍ତି ସୁଶାନ୍ତ ଭାଇ ଓ ଭାଉଜ କାମକୁ ବୋଲି ପଚରାଉଚରା କରୁଛନ୍ତି । ଶେଷରେ ଭୟଭୀତ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ମୃତ ସୁଶାନ୍ତର‌ ଭାଉଜ ରାଧା ନାୟକ ଓ ଭାଇ ସୁକାନ୍ତ ନାୟକ । ହତ୍ୟାକାରୀ ଆମକୁ ବିଭିନ୍ନ ସ୍ଥାନରେ ଖୋଜୁଥିବା ଥାନା ଅଧିକାରୀଙ୍କୁ ଜଣାଇଛନ୍ତି ।

ଭୟରେ ଗତ ୪ଦିନ ହେଲା କାମକୁ ଯାଇପାରୁ ନାହାନ୍ତି ରାଧା ନାୟକ ଓ ସୁକାନ୍ତ ନାୟକ । ଯେଉଁ ସ୍ଥାନରେ କାମ କରୁଛୁ ସେଠାକାର ସୁପରଭାଇଜର ବି ହତ୍ୟାକାରୀଙ୍କ ଭୟରେ ମନା କରୁଛନ୍ତି କାମକୁ ଆସିବାକୁ । ତେଣୁ ଭୟଭୀତ ହୋଇ ସୁରକ୍ଷା ଲୋଡିଛନ୍ତି ମୃତ ସୁଶାନ୍ତଙ୍କ ପରିବାର । ଏନେଇ ଥାନାବାବୁ ହତ୍ୟାର ଶିକାର ହୋଇଥିବା ସୁଶାନ୍ତଙ୍କ ଘର ସମେତ ବସ୍ତିରେ ‌ପୋଲିସ ନିୟୋଜିତ କରିଛନ୍ତି । ଯଦି ସେପରି କୌଣସି ସୂଚନା ପାଆନ୍ତି ତୁରନ୍ତ ଜଣାଇବାକୁ କୁହାଯାଇଛି । ଦୁଇ ଲେଡି ଅଫିସର ରୀତିମତ ବସ୍ତି ସହ ଯୋଗାଯୋଗରେ ଅଛନ୍ତି । ଗତ ୨୪ତାରିଖ ସକାଳେ କ୍ୟାପିଟାଲ ଥାନା ଅଞ୍ଚଳର ୟୁନିଟ ୧ମାର୍କେଟ ଜିଇଡି ବସ୍ତି ସାମ୍ନାରେ ସୁଶାନ୍ତ ନାୟକ ଓରଫ କାଳୁକୁ ବୀଭତ୍ସ ଭାବରେ ହତ୍ୟା କରିଥିଲେ କିଛି ଅଭିଯୁକ୍ତ ବିଶାଲ ଓ ତାର ସହଯୋଗୀ ।

ସୁଶାନ୍ତ ପତ୍ନୀକୁ ହସ୍ପିଟାଲରେ ଛାଡି ଆସିବା ପରେ ବସ୍ତି ପାଖରେ ଘେରି ଯାଇ ସୁଶାନ୍ତର ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ବିଶାଲ ନାୟକ ମାସକ ତଳେ ମୃତ ସୁଶାନ୍ତଙ୍କର ନାବାଳିକା ଝିଆରୀକୁ ଅସଦାଚରଣ କରିଥିଲା । ଏନେଇ ବିଶାଲ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ମୃତ ସୁଶାନ୍ତ ଓ ଅଭିଯୁକ୍ତଙ୍କ ପରିବାର ମଧ୍ୟରେ ଏକ ମାସ ହେଲା ତିକ୍ତତା ରହିଥିଲା । ହତ୍ୟାକାରୀଙ୍କ ବିରୋଧରେ ଅସଦାଚରଣ ମାମଲା ଲାଗିଥିଲା ଗିରଫ ଭୟରେ କେସ ଉଠାଇବାକୁ ସେ ଚାପ ପକାଉଥିଲେ । ଏନେଇ ଏକ କାଉଣ୍ଟର କେସ ମଧ୍ୟ ଅଭିଯୋଗକାରୀଙ୍କ ପରିବାର ବିରୋଧରେ ଦେଇଥିଲେ ସୁଶାନ୍ତଙ୍କ ପରିବାର । ତେବେ ନ୍ୟାୟ ପାଇଁ ମୃତ ସୁଶାନ୍ତର‌ ପରିବାର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିଲେ । ଶେଷରେ ଥାନାରୁ କେସ ନ ଉଠାଇବାରୁ ବିଶାଲ ଓ ତାର ସହଯୋଗୀ ସୁଶାନ୍ତଙ୍କୁ ହତ୍ୟା କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details