ଓଡିଶା

odisha

ETV Bharat / state

ଚର୍ଚ୍ଚା ବଢାଇଲା ସର୍ଭେ ରିପୋର୍ଟ; 2024ରେ ବିଜେଡିକୁ 12ରୁ 14ଟି ଲୋକସଭା ଆସନ ! - bjd to may win 12 to 14 lok sabha seats

ପୋଲ ସର୍ଭେ ଅନୁସାରେ ଆଜିର ଦିନରେ ଯଦି ନିର୍ବାଚନ ହୁଏ, ତେବେ ମୋଦିଙ୍କ ନେତୃତ୍ବରେ ଏନଡିଏ ମୋଟ 543 ଆସନରୁ 296ରୁ 326 ଲୋକସଭା ଆସନ ପାଇପାରେ । 2019 ନିର୍ବାଚନରେ ଏନଡିଏକୁ 353ଟି ଆସନ ମିଳିଥିବାବେଳେ ତାହା ତୁଳନାରେ ଏହା କମ । ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ 160ରୁ 190 ଆସନ ମିଳିପାରେ । ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଓଡ଼ିଶାରେ କେଉଁ ଦଳ କେତେ ଭୋଟ ପାଇବ ତାହା ମଧ୍ୟ ସର୍ଭେରେ ଆକଳନ କରାଯାଇଛି । ଅଧିକ ପଢନ୍ତୁ

2024ରେ ବିଜେଡିକୁ 12ରୁ 14ଟି ଲୋକସଭା ଆସନ !
2024ରେ ବିଜେଡିକୁ 12ରୁ 14ଟି ଲୋକସଭା ଆସନ ! 2024ରେ ବିଜେଡିକୁ 12ରୁ 14ଟି ଲୋକସଭା ଆସନ !

By

Published : Aug 17, 2023, 9:04 PM IST

2024ରେ ବିଜେଡିକୁ 12ରୁ 14ଟି ଲୋକସଭା ଆସନ !

ଭୁବନେଶ୍ବର: ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ବାଚନରେ ବିଜୟ ପାଇଁ ସମର ସଜା ହେଉଛି । ଏହାରି ଭିତରେ ଆସିଛି ଏକ ଜାତୀୟ ଗଣମାଧ୍ୟମର ପୋଲ ସର୍ଭେ । ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏନଡିଏ ସମ୍ପୂର୍ଣ୍ଣ ବହୁମତ ସହ ଆଗାମୀ ନିର୍ବାଚନରେ ପୁଣି ସରକାର ଗଢ଼ିପାରେ । ସେହିପରି ବିଜେଡିର ଲୋକସଭା ସିଟ 12ରୁ 14 ମଧ୍ୟରେ ରହିବ ବୋଲି ସର୍ଭେରେ କୁହାଯାଇଛି । ଯାହାକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି ।

ପୋଲ ସର୍ଭେ ଅନୁସାରେ ଆଜିର ଦିନରେ ଯଦି ନିର୍ବାଚନ ହୁଏ, ତେବେ ମୋଦିଙ୍କ ନେତୃତ୍ବରେ ଏନଡିଏ ମୋଟ 543 ଆସନରୁ 296ରୁ 326 ଲୋକସଭା ଆସନ ପାଇପାରେ । 2019 ନିର୍ବାଚନରେ ଏନଡିଏକୁ 353ଟି ଆସନ ମିଳିଥିବାବେଳେ ତାହା ତୁଳନାରେ ଏହା କମ । ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ 160ରୁ 190 ଆସନ ମିଳିପାରେ । ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଓଡ଼ିଶାରେ କେଉଁ ଦଳ କେତେ ଭୋଟ ପାଇବ ତାହା ମଧ୍ୟ ସର୍ଭେରେ ଆକଳନ କରାଯାଇଛି । ଶାସକ ବିଜେଡିକୁ ମିଳିପାରେ 12ରୁ 14ଟି ଆସନ । ଗତ ସାଧାରଣ ନିର୍ବାଚନରେ ବିଜେଡିକୁ 12ଟି ଆସନ ମିଳିଥିବା ବେଳେ ଏଥର ଏହି ସଂଖ୍ୟା ବଢିପାରେ ବୋଲି କୁହାଯାଇଛି । ବିଜେଡିର ଭୋଟ ପ୍ରତିଶତ 1 ଦଶମିକ 75 ପ୍ରତିଶତ ରହିପାରେ ।

ଏହାବି ପଢନ୍ତୁ- Early Election Speculation: ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି-ବିଜେପି କଥା କଟାକଟି

ବିଜେଡି ନେତା ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ, ଜନସାଧାରଣ ନିରବଚ୍ଛିନ୍ନ ଭାବେ ବିଜୁ ଜନତା ଦଳ ଓ ତାହାର ନେତା ନବୀନ ପଟ୍ଟନାୟକଙ୍କୁ ଅସ୍ଥା ପ୍ରକଟ କରି ଆସୁଛନ୍ତି । 5 ଥର ସରକାର ବିଜେଡି କରିଛି । ଏହାର କାରଣ ହେଉଛି, ନବୀନ ବାବୁ ଯାହା କୁହନ୍ତି ତାହା କରନ୍ତି । ଓଡ଼ିଶାବାସୀ ତାଙ୍କୁ ପସନ୍ଦ କରୁଛନ୍ତି, ଏହା ଉପରେ କାହାର ସନ୍ଦେହ ନାହିଁ । ପୁନର୍ବାର ଯେତେବେଳେ ଆମେ ନିର୍ବାଚନକୁ ଯାଉଛୁ, ନିଶ୍ଚୟ ଭାବେ ଗଣମାଧ୍ୟମରେ ସର୍ଭେ ଆସିବା ସ୍ବାଭାବିକ । ସର୍ଭେରେ ଯାହା ସତ ତାହା ଲେଖିବ । ନିର୍ଣ୍ଣାୟକ ଭୂମିକାରେ ଓଡିଶାର ଜନସାଧାରଣ ଅଛନ୍ତି । କର୍ମ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଅଛି । ଯଦି ଆମେ ଜନସାଧାରଣ ଦେଇଥିବା ବହୁମତକୁ ମୁଣ୍ଡ ଉପରେ ରଖି ନିଷ୍ଠାପର ଭାବେ ତାଙ୍କ ପାଇଁ କାମ କରିଥିବୁ, ତେବେ ଆମେ ଭଲ ଫଳାଫଳ କରିବୁ । ସେଥିରେ କୌଣସି ସନ୍ଦେହ ନାହିଁ । ଅତୀତରେ ଓଡିଶାବାସୀ ବହୁମତ ଦେଇ ଆସିଛନ୍ତି । ଆଗକୁ ଦେବେ ମଧ୍ୟ ।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, 1995ରେ ଏକ ସର୍ଭେ ରିପୋର୍ଟ ଆସିଥିଲା କି ବିଜୁ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବେ । ସେଇଟା ଫେଲ ମାରିଥିଲା । କଂଗ୍ରେସ ସରକାର ଗଠନ ହେଲା । ଜେବି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗତ କର୍ଣ୍ଣାଟକ ନିର୍ବାଚନରେ ଏକ ସର୍ଭେ ଆସିଥିଲା ବିଜେପି ସରକାର ହେବ । କିନ୍ତୁ ସରକାର କଂଗ୍ରେସ କଲା । ଯିଏ ଯାହା କହିଦେଉଛନ୍ତି, ତେଣୁ ସର୍ଭେର ମୂଲ୍ୟ କିଛି ନାହିଁ । ତେଣୁ ସର୍ଭେ ଉପରେ ଆମର ବିଶ୍ବାସ ନାହିଁ । ତାଙ୍କର ମନଗଢ଼ା କହିଣୀ ସେମାନେ କହିବେ । ଆମେ କହିବାର କିଛି ନାହିଁ । 23 ବର୍ଷ ହେଲା ବିଜେଡି ସରକାର ଲୋକଙ୍କୁ ଠକିଛନ୍ତି, ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ବଡ଼ ବଡ଼ ସ୍ବପ୍ନ ଦେଖାଇଛନ୍ତି । ଯୋଜନା ପରେ ଯୋଜନା କରି ନିର୍ବାଚନ ପରେ ତାକୁ ବନ୍ଦ କରିଛନ୍ତି । ଲୋକଙ୍କ ଆଶୀର୍ବାଦ କଂଗ୍ରେସ ସହିତ ରହିବ । କିଛି ନହେଲେ 10ରୁ 12 ଲୋକସଭା ଆସନ କଂଗ୍ରେସ ଖାତାକୁ ଆସିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details