ଓଡିଶା

odisha

ETV Bharat / state

'ଓଡ଼ିଶାରେ ଗୋଟେ ନିର୍ବାଚିତ ସରକାର, ହେଲେ ସବୁକିଛି ନିୟନ୍ତ୍ରିତ କରୁଛନ୍ତି ସଚିବ' - ଆପର ପ୍ରେସମିଟ

ଓଡ଼ିଶାରେ ଗୋଟେ ନିର୍ବାଚିତ ସରକାର ତାର ଅଧିକାର ଅଛି ହେଲେ ସେ ସରକାରକୁ ନିୟନ୍ତ୍ରିତ କରୁଛନ୍ତି ସଚିବମାନେ । ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ଆପ୍‌ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 11, 2023, 9:02 PM IST

ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଦିଲ୍ଲୀରେ ବସ LG ନୁହେଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ଲଢେଇରେ ଆଜି ଦିଲ୍ଲୀ ସରକାରଙ୍କ ବିଜୟ ହୋଇଛି । ଦିଲ୍ଲୀରେ ଉପରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ବସ୍‌ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ରାୟ ଆସିବା ପରେ ରାଜ୍ୟ ଆପ୍‌ ପ୍ରେସମିଟ କରି ଏ ନେଇ ସୂଚନା ଦେଇଛି । ଏହାସହ ଓଡ଼ିଶାରେ ଗୋଟିଏ ନିର୍ବାଚିତ ସରକାର ଥିଲେ ମଧ୍ୟ ସଚିବମାନେ ସବୁକିଛି ନିୟନ୍ତ୍ରିତ କରୁଛନ୍ତି ବୋଲି କହି ଓଡ଼ିଶା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦିଲ୍ଲୀରେ ଆଜିଠାରୁ ଆପ ସରକାର ନିଜ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଅଫିସର ଦରକାର ତାଙ୍କୁ ପୋଷ୍ଟିଂ କରିପାରିବେ । ଭିଜିଲାନ୍ସ ପାୱାର ବି ଆଜିଠାରୁ ଦିଲ୍ଲୀ ସରକାରକୁ ମିଳିଛି । ଏହା ହେଉଛି ଦିଲ୍ଲୀ ବାସୀଙ୍କର ଜୟ, ଗଣତନ୍ତ୍ରର ଜୟ ବୋଲି କହିଛନ୍ତି ନିଶିକାନ୍ତ । ଏହି ରାୟ ପରେ ସେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ସଚିବମାନେ ସବୁକିଛି ନିୟନ୍ତ୍ରିତ କରୁଛନ୍ତି ବୋଲି ଆପ୍‌ର ରାଜ୍ୟ ସଂଯୋଜକ ନିଶିକାନ୍ତ କହିଛନ୍ତି ।

ଏ ନେଇ ନିଶିକାନ୍ତ କହିଛନ୍ତି, "କିନ୍ତୁ ଆଶ୍ଚର୍ଯ୍ୟ ଘଟଣା ଓଡ଼ିଶାରେ ଗୋଟେ ନିର୍ବାଚିତ ସରକାର ତାର ଅଧିକାର ଅଛି ହେଲେ ସେ ସରକାରକୁ ନିୟନ୍ତ୍ରିତ କରୁଛନ୍ତି ସଚିବମାନେ। ରାଜ୍ୟରେ କୌଣସି ମନ୍ତ୍ରୀ ଓ ବିଧାୟକମାନେ ସରକାରଙ୍କ ଯୋଜନା ଉପରେ ହେଉ କିମ୍ବା କୌଣସି ପ୍ରକଳ୍ପ ଉପରେ ମନ୍ତବ୍ୟ ଦେଉନାହାନ୍ତି । ମନ୍ତବ୍ୟ କିଏ ଦେଉଛନ୍ତି କିଛି ସଚିବ। ଦିଲ୍ଲୀରେ ଆମ ଦଳ ଲଢ଼େଇ କରୁଛି ନିଜ ଅଧିକାର ପାଇଁ ହେଲେ ଓଡ଼ିଶାରେ ତାର ଓଲଟା ।"

ଏହା ବି ପଢନ୍ତୁ- ଦିଲ୍ଲୀ ସରକାରଙ୍କ ବଡ ବିଜୟ, ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି କରିବେ ନିର୍ବାଚିତ ସରକାର

ଆଜି ରାୟ ଶୁଣାଣି ବେଳେ ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ କହିଛନ୍ତି । ଯାହାକୁ ନେଇ ଭୁବନେଶ୍ବରରେ ପ୍ରେସମିଟ ମାଧ୍ୟମରେ ଆମ ଆଦମୀ ପାର୍ଟି ଓଡ଼ିଶା ସଂଯୋଜକ ନିଶିକାନ୍ତ ମହାପାତ୍ର କହିଛନ୍ତି, "ଦିଲ୍ଲୀ ସରକାରଙ୍କର ସ୍ଵତନ୍ତ୍ର କ୍ଷମତା ରହିଛି । କେନ୍ଦ୍ର ସିଧାସଳଖ ହସ୍ତକ୍ଷେପ କରିଥିଲେ । ସମସ୍ତ ସଚିବଙ୍କର ନିଯୁକ୍ତି, ମୁତୟନ ହେଉ କି ବଦଳି LG କରୁଥିଲେ। କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶରେ LG ପରିଚାଳିତ ହେଉଥିଲେ।

ଆଜି ସୁପ୍ରିମକୋର୍ଟ କହିଛନ୍ତି ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ରାଜ୍ୟସରକାରଙ୍କ ନିୟନ୍ତ୍ରଣରେ ରହିବ। ତେଣୁ ଏବେ ଦିଲ୍ଲୀ ସରକାରଙ୍କ ଯେତିକି ଯୋଜନାକୁ LG ଅଟକାଇକି ରଖିଦେଉଥିଲେ ତାହାକୁ ଆଉ ସେ କରିପାରିବେ ନାହିଁ। ଏଥର ଦିଲ୍ଲୀ ସରକାର ନିଜ ଯୋଜନାକୁ କାର୍ଯ୍ୟକାରୀ ସହଜରେ କରିପାରିବେ । ଦିଲ୍ଲୀ ସରକାରଙ୍କ କ୍ଷମତାକୁ ଯେମିତି ଏମାନେ ଅପହରଣ କରି ନେଇଥିଲେ ଏବଂ ଆପକୁ କାମ କରିବାରେ ଯେଉଁ ଷଡଯନ୍ତ୍ର କରାଯାଇଥିଲା ତାକୁ ଆଜି ସୁପ୍ରିମକୋର୍ଟ ଖାରଜ କଲେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details