ଓଡିଶା

odisha

ଜଟଣୀ ଦାୟିତ୍ବ ସାନପୁଅ ମନ୍ମଥଙ୍କୁ ଦେଲେ ସୁର, ଦଳ ଏବେ ବି ଅସ୍ପଷ୍ଟ

Manmath Routray to contest from Jatni: ଏଥର ଜଟଣୀ ବିଧାନସଭା ଆସନରୁ ବିଧାୟକ ସୁର ରାଉତରାୟଙ୍କ ସ୍ଥାନରେ ଲଢ଼ିବେ ତାଙ୍କ ସାନପୁଅ ମନ୍ମଥ ରାଉତରାୟ । ଏନେଇ ଆଜି ଘୋଷଣା କରିଛନ୍ତି ନିଜେ ସୁର । ଏୟାରପୋର୍ଟରୁ କଂଗ୍ରେସ ବିଧାୟକ ସୁରଙ୍କ ସହ ଜଟଣୀବାସୀ ବିରାଟ ପଟୁଆରରେ ମନ୍ମଥଙ୍କୁ ସ୍ବାଗତ କରିଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jan 12, 2024, 5:30 PM IST

Published : Jan 12, 2024, 5:30 PM IST

ଜଟଣୀ ଦାୟିତ୍ବ ସାନପୁଅ ମନ୍ମଥଙ୍କୁ ଦେଲେ ସୁର
ଜଟଣୀ ଦାୟିତ୍ବ ସାନପୁଅ ମନ୍ମଥଙ୍କୁ ଦେଲେ ସୁର

ଜଟଣୀ ଦାୟିତ୍ବ ସାନପୁଅ ମନ୍ମଥଙ୍କୁ ଦେଲେ ସୁର

ଭୁବନେଶ୍ବର: ଜଟଣୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ିବେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଛନ୍ତି । ପଟୁଆର ସହ ପୁଅଙ୍କୁ ସ୍ବାଗତ ପାଇଁ ଏୟାରପୋର୍ଟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ଜଟଣୀବାସୀ ପହଞ୍ଚିଥିଲେ । ଜଟଣୀ ନିର୍ବାଚନ ମଣ୍ଡଳୀର ଦାୟିତ୍ବ ସମ୍ପୂର୍ଣ୍ଣ ଭାବେ ମନ୍ମଥ ନେଲେ ବୋଲି ଗଣମାଧ୍ୟରେ ଘୋଷଣା କଲେ ବାପା ସୁର ରାଉତରାୟ । କିନ୍ତୁ କେଉଁ ଦଳରୁ ଲଢ଼ିବେ ତାହା ଏବେ ମଧ୍ୟ ସ୍ପଷ୍ଟ କଲେନାହିଁ ।

ଭୁବନେଶ୍ବର ବିମାନ ବନ୍ଦରରେ ମନ୍ମଥ ରାଉତରାୟ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ବାଟ ବାଟରେ ଶୁଭେଚ୍ଛା ଓ ଲୋକମାନଙ୍କ ଭଲ ପାଇବା ସାଉଁଟିଥିଲେ ମନ୍ମଥ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ମଥ କହିଛନ୍ତି, "ବାପାଙ୍କ ଭଳି ସଚ୍ଚୋଟ ରହିବି, ଲୋକଙ୍କ ପାଇଁ କାମ କରିବି । ଭଲ ମଣିଷ ଶିକ୍ଷିତ ଓ ଯୁବ ନେତା ଚାହୁଁଛନ୍ତି ଜଟଣୀବାସୀ । ମୁଁ ୫ ବର୍ଷ ହେବ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ କାମ କରିଆସୁଛି, ଆହୁରି ଆଗକୁ କାମ କରିବି ।" ସେପଟେ ସୁର କହିଛନ୍ତି, "ଓଡିଶା ଜନସାଧାରଣଙ୍କୁ ସ୍ପଷ୍ଟ ଭାବେ କହୁଛି ଆଗକୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୁଁ ଆଉ ଲଢ଼ିବି ନାହିଁ । ମୋ ସ୍ଥାନରେ ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବେ । ଜଟଣୀରେ ମୁଁ ଯେଉଁ ବିକାଶମୂଳକ କାର୍ଯ୍ୟ କରିଛି ତାହା ଜଟଣୀବାସୀ ଦେଖୁଛନ୍ତି । ଜଟଣୀ ପାଇଁ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ମୁଁ କରିଛି । ତାକୁ ପୁଞ୍ଜି କରି ଆଗାମୀ ଦିନରେ ମୋ ପୁଅ ଲଢ଼ିବ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ଫୋକସରେ ଯୁବବର୍ଗ, ଚର୍ଚ୍ଚାରେ ପରିବାରବାଦ ରାଜନୀତି

ସୂଚନା ଥାଉ, ପୂର୍ବରୁ ସୁର ରାଉତରାୟ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ । ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢ଼ିବେ ବୋଲି ସୁର ସ୍ପଷ୍ଟ କରିଥିଲେ । ହେଲେ ଗତ 27 ତାରିଖ ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତ୍ତନ ସମାବେଶରେ ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ସୁର ବାବୁ ଜଟଣୀରୁ କଂଗ୍ରେସ ପ୍ରାର୍ଥୀ ହେବେ । ତେବେ ଆଜି ବିଧାୟକ ସୁର ରାଉତରାୟ ନିଜେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ କଂଗ୍ରେସରୁ ନଲଢ଼ିଲେ ମଧ୍ୟ କେଉଁ ଦଳରୁ ଲଢ଼ିବି, ସେନେଇ ବାପା ଘୋଷଣା କରିବେ ବୋଲି ମନ୍ମଥ କହିଛନ୍ତି । ସେପଟେ ଏହି ପ୍ରଶ୍ନକୁ ସୁର ଏଡ଼ାଇ ଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details