ଓଡିଶା

odisha

ETV Bharat / state

ଗୋଟିଏ ସ୍କୁଲରେ ସର୍ବନିମ୍ନ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କର: ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଗୋଟିଏ ସ୍କୁଲ ସର୍ବନିମ୍ନ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Supreme court
Supreme court

By ETV Bharat Odisha Team

Published : Oct 22, 2023, 9:55 PM IST

ଭୁବନେଶ୍ବର:ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଗୋଟିଏ ସ୍କୁଲ ସର୍ବନିମ୍ନ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କର । ୪ ସପ୍ତାହରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଗତ ୨୨ ଅଗଷ୍ଟ ୨୦୨୩ରେ ଏହି ରାୟକୁ ଶୁଣାଣି କରି ସୁପ୍ରିମକୋର୍ଟ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ କଡ଼ା ଆଭିମୁଖ୍ୟ ରଖିଛନ୍ତି । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ ଯେ ଆଗାମୀ ୬ ସପ୍ତାହ ଭିତରେ ସ୍ଥାୟୀ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବେ । ଯଦି ଏହାର ବିଳମ୍ବ ହୁଏ, ତେବେ ସେହି ରାଜ୍ୟର ମୁଖ୍ୟ ଶାସନ ସଚିବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ । ଏହି ପରିପ୍ରେକ୍ଷୀରେ ଗତ ୧୭ ଅକ୍ଟୋବର ୨୦୨୩ରେ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁ ରାଜ୍ୟ କୋର୍ଟରେ ନିଯୁକ୍ତି ସମ୍ପର୍କିତ ଆଫିଡ଼େଭିଟ୍ ଜମା କରିନାହାନ୍ତି, ଖୁବଶୀଘ୍ର ଜମା କରନ୍ତୁ ।

ଏହା ବି ପଢନ୍ତୁ- ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ, ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ

ଏହା ସହ ଭାରତ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଗୋଟିଏ ବିଦ୍ୟାଳୟରେ ଗୋଟିଏ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କାହିଁକି କରୁନାହାଁନ୍ତି ? ୧୪ ଫେବୃୟାରୀ ୨୦୨୩ରେ କୋର୍ଟଙ୍କ ଆଦେଶ ଅନୁଯାୟୀ ରାଜ୍ୟ ସରକାର ସତ୍ୟପାଠରେ ୧ ଲକ୍ଷ ୨୬ ହଜାର ୭୮୬ ଭିନ୍ନକ୍ଷମ ପିଲା ଥିବା ବେଳେ ମୋଟ ପଦବୀ ଥିଲା ୬ ହଜାର ୫୭୩ ପୋଷ୍ଟ ଉଲ୍ଲେଖ କରିଥିଲେ । କିନ୍ତୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ୨୦୧୬ ଅନୁଯାୟୀ ମୋଟ ୨୧ ପ୍ରକାର ଭିନ୍ନକ୍ଷମ ଶ୍ରେଣୀ ଅଛନ୍ତି । କିନ୍ତୁ ରାଜ୍ୟ ପକ୍ଷରୁ କେବଳ ୯ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି ।

ଏହା ବି ପଢନ୍ତୁ- ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସ୍ପେଶିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ କହିଛି ଯେ, ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ଓଡ଼ିଶା ସରକାର କାହିଁକି ବିଳମ୍ବ କରୁଛନ୍ତି ? ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବା ପାଇଁ ସଂଘ ଓଡ଼ିଶା ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details