ଓଡିଶା

odisha

By

Published : Jul 8, 2019, 7:45 AM IST

ETV Bharat / state

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ ପରୀକ୍ଷାର ରେଗୁଲାର-ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ଆଜି ଠାରୁ ଆରମ୍ଭ ହେଉଛି ସପ୍ଲିମେଣ୍ଟାରୀ ପରୀକ୍ଷା । ପରୀକ୍ଷା କେନ୍ଦ୍ରକୁ ମୋବାଇଲା ମନା ।

ଫାଇଲ ଫଟୋ

କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଆସନ୍ତା 14 ତାରିଖ ଯାଏଁ ଚାଲିବ ପରୀକ୍ଷା । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟିଂ ସହ ପ୍ରଶ୍ନପତ୍ର ମଧ୍ୟ ଗୋଟିଏ । ସେପଟେ ପରୀକ୍ଷା କେନ୍ଦ୍ରରେ ମୋବାଇଲ କଟକଣା ।

ଶେଷ ହୋଇଛି ପ୍ରଥମ ଦିନର ପରୀକ୍ଷା । ଦିନ 9ଟାରୁ ଆରମ୍ଭ ହୋଇ 11ଟା 30 ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା । 122ଟି ପରୀକ୍ଷାରେ କେନ୍ଦ୍ରରେ ପରୀକ୍ଷା 27 ହଜାର 616 ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ତେବେ ଆଜି ଠାରୁ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଥିବାବେଳେ 9 ହଜାର 22 ଜଣ ପରୀକ୍ଷା ପାଇଁ ଆବେଦନ କରିଥିଲେ । କରେସପନଡେଣ୍ଟର 28 ହଜାର 12 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ସମ୍ପର୍କରେ ସମସ୍ତ ସୂଚନା www.bseodisha.ac.in ରେ ଉପଲବ୍ଧ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ, କପି ରୋକିବା ପାଇଁ କେନ୍ଦ୍ରରେ ମୋବାଇଲକୁ କଟକଣା କରାଯିବା ସହ ବୋର୍ଡ 8ଟି ସ୍ପେଶାଲ ସ୍କ୍ୱାର୍ଡ ଗଠନ କରିଛି । ସେହିପରି କୌଣସି ପରୀକ୍ଷାର୍ଥୀ ଯେପରି ଅସାଧୁ ଉପାୟ ଅବଲମ୍ବନ ନ କରନ୍ତି, ସେଥିପାଇଁ ବୋର୍ଡ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details