ଓଡିଶା

odisha

By

Published : Mar 4, 2020, 7:10 AM IST

ETV Bharat / state

ଦୃଢନିଷ୍ଠାରୁ ସଫଳତାର କଥା, ମହିଳା ଉଦ୍ୟୋଗୀ ସୁନିତା

ଅନ୍ୟ ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟକୁ ମଧ୍ୟ ଆତ୍ମନିର୍ଭରଶୀଳ କରାଇବାର କ୍ଷମତା ରଖେ ନାରୀ । ଆଉ ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଭୁବନଶ୍ବରର ସୁନିତା ମହାନ୍ତି । ଏକ ମହିଳା ଉଦ୍ୟୋଗୀ ସାଜି ନିଜ ସହ ଆହୁରି 1500 ଜଣଙ୍କୁ କର୍ମ ନିଯୁକ୍ତି ଦେଇଛନ୍ତି ସେ । ଅଧିକ ପଢ଼ନ୍ତୁ...

Sunita Mohanty, lady entrepreneur, BNI, Business Network International, inspiration for all, women's day, ମହିଳା ଦିବସ, ମୁଁ ନାରୀ, ମହିଳା ଉଦ୍ୟୋଗୀ ସୁନିତା ମହାନ୍ତି
ମହିଳା ଉଦ୍ୟୋଗୀ ସୁନିତା

ଭୁବନେଶ୍ବର: ସାରା ବିଶ୍ବରେ ଆଜି ନାରୀ ମାନେ ସମସ୍ତ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ । ଗୃହ ପରିଚାଳନା ଠାରୁ ଦେଶ ଚଳାଇବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି ମହିଳା । କେବଳ ସେତିକି ନୁହେଁ ମହିଳା ମାନେ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ନିଜକୁ ପ୍ରମାଣିତ କରି ପାରିଛନ୍ତି । ଏମିତି ଜଣେ ମହିଳା ଉଦ୍ୟୋଗୀ ହେଉଛନ୍ତି ଭୁବନେଶ୍ବରର ସୁନିତା ମହାନ୍ତି ।

ମହିଳା ଉଦ୍ୟୋଗୀ ସୁନିତା ମହାନ୍ତି

ମହିଳାମାନେ ଅନେକ ଦକ୍ଷତାର ଅଧିକାରୀ ହୋଇଥିଲେ ମଧ୍ୟ ଉପଯୁକ୍ତ ତାଲିମ ଓ ମାର୍ଗଦର୍ଶନ ଅଭାବରୁ ଆଗକୁ ବଢ଼ିପାରନ୍ତି ନାହିଁ । ଏହିସବୁ କଥାକୁ ଆଖିରେ ରଖି 2001 ମସିହାରେ ବିଏନଆଇ (Business Network International) ନାମରେ ଏକ ଉଦ୍ୟୋଗ ଆରମ୍ଭ କରିଥିଲେ ଭୁବନେଶ୍ବର ସୁନିତା ମହାନ୍ତି ।

ପରିବାରର ଇଚ୍ଛା ଥିଲା ସୁନିତା ଜଣେ ଡାକ୍ତର ହୁଅନ୍ତୁ । କିନ୍ତୁ ସୁନିତାଙ୍କ ଲକ୍ଷ୍ୟ ଥିଲା ଭିନ୍ନ । ମହିଳାଙ୍କୁ ଆଗକୁ ଆଣିବା ସହ ତାଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରାଇବା ଥିଲା ସୁନିତାଙ୍କ ଲକ୍ଷ୍ୟ । ତେଣୁ ସେ କମ୍ପାନୀ ସେକ୍ରେଟାରୀ ପାଠ ପଢି ଅକ୍ଲାନ୍ତ ପରିଶ୍ରମ ବଳରେ ନିଜର ଜଣେ ବନ୍ଧୁ ସୁସ୍ମିତା ଲେଙ୍କାଙ୍କୁ ନେଇ ବିଏନଆଇ ନାମରେ ଏକ ବିଜନେସ ଫୋରମ ଖୋଲିଥିଲେ । ଏହି ଫୋରମରେ ବ୍ୟବସାୟ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ । ବର୍ତ୍ତମାନ ଏହି ଅନୁଷ୍ଠାନ ପ୍ରାୟ 1500 ଲୋକ କାମ କରୁଛନ୍ତି । ବିଭିନ୍ନ ବିଭାଗରେ ପ୍ରାୟ 70 ପ୍ରତିଶତ ମହିଳାଙ୍କୁ ନିୟୁକ୍ତି ଦେଇଛନ୍ତି ସୁନିତା । ଆଗାମୀ ଦିନରେ ସାରା ଭାରତରେ 5 ହଜାର ନିଯୁକ୍ତି ଦେବା ନେଇ ଆଶା ରଖିଛନ୍ତି ସୁନିତା । ଯୁବପିଢ଼ିଙ୍କର ବେକାରୀ ସମସ୍ୟାକୁ ଦୂର କରିବା ସହ ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ ରହିଛନ୍ତି ସେ ।

ତେବେ ସୁନିତା ବିବାହ ପୂର୍ବରୁ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ ବିବାହ ମଧ୍ୟ ତାଙ୍କୁ ଶାଶୂ ଘରୁ ମିଳିଛି ବେଶ ସମର୍ଥନ । ସୁନିତା ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଯିଏକି କମ୍ପାନୀ ଆରମ୍ଭ କରିଥିଲେ। ଅଫିସରେ କାମ କରିବା ସମୟରେ ସମସ୍ତ କର୍ମଚାରୀଙ୍କ ସହିତ ପରିବାର ସଦ୍ୟ ଭଳି ବ୍ୟବହାର କରନ୍ତି ସେ । ଏହାଛଡା ଓଡ଼ିଶାର ସମସ୍ତ ପର୍ବପର୍ବାଣିକୁ କର୍ମଚାରୀଙ୍କ ସହ ମିଶି ଧୂମଧାମରେ ପାଳନ କରିଥାନ୍ତି । ତେଣୁ ତାଙ୍କ କମ୍ପାନୀର କର୍ମଚାରୀ ମାନେ ମଧ୍ୟ ସୁନିତାଙ୍କ ସହ କାମ କରି ନିଜକୁ ଗର୍ବିତ ଅନୁଭବ କରିଥାନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details