ଖୋର୍ଦ୍ଧା: ସୂର୍ଯ୍ୟକିରଣରେ ଖେଳିଯାଏ ସୂର୍ଯ୍ୟମୁଖୀ କ୍ଷେତ । ଖିଲିଖିଲି ହସେ ଏହି ହଳିଦିଆ ଫୁଲଟି । ପୁଣି ସଞ୍ଜ ନଇଁଲେ ପାଖୁଡା ବନ୍ଦ କରି ଝାଉଁଳିଯାଏ । ତେବେ ଖାଲି ସୁନ୍ଦରୀ ନୁହେଁ ବରଂ ଅର୍ଥକାରୀ ଫସଲ ଫୁଲେଇ ସୂର୍ଯ୍ୟମୁଖୀ । ଦେଶରେ ବେଶ୍ ଲାଭକାରୀ ଫସଲ ହେଉଛି ସୂର୍ଯ୍ୟମୁଖୀ । ଯିଏ ଏହି ଚାଷ କରିଛି ଘରେ ତାର କେବେବି ଅଭାବ ରହିନି । ମାତ୍ର ଗତ କିଛି ବର୍ଷ ହେବ ଅଭାବୀ ବିକ୍ରିର ସାମ୍ନା କରୁଛି ଚାଷୀ । ଚାଷ ଭଲ ହେଉଥିଲେ ବି ତେଲ ବିକ୍ରି କରିବାକୁ ନାହିଁ ବଜାର, ଫଳରେ ସଞ୍ଜରେ ସୁରୁଜମୁଖୀର ମୁହଁ ଭଳି ମଳିନ ପଡିଯାଉଛି ଚାଷୀଙ୍କ ବେଉଶା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମରେ, ଯେଉଁଠି ଅଧିକାଂଶ ଚାଷୀ ଏବେ ସୂର୍ଯ୍ୟମୁଖୀରୁ ମୁହଁ ଫେରେଇବାକୁ ବସିଲେଣି ।
ମିଳୁନି ପ୍ରୋତ୍ସାହନ, ଅଭାବୀ ବିକ୍ରିର ସାମ୍ନା କରୁଛି ସୂର୍ଯ୍ୟମୁଖୀ ଚାଷୀ - ତୈଳବୀଜ ଫସଲ ସୂର୍ଯ୍ୟମୁଖୀ
ତୈଳବୀଜ ଫସଲ ସୂର୍ଯ୍ୟମୁଖୀ । ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଦିନକୁ ଦିନ ବଢିବାରେ ଲାଗିଛି ଏହାର ଚାହିଦା । ହେଲେ ଏହି ଚାଷ କରି ଉପଯୁକ୍ତ ତାଲିମ ଓ ଅଭାବୀ ବିକ୍ରିର ସାମ୍ନା କରୁଥିବାରୁ ଏବେ ଏଥିରୁ ମୁହଁ ଫେରାଇବାକୁ ବସିଲେଣି ଚାଷୀ । ଅଧିକ ପଢନ୍ତୁ...
ମିଳୁନି ପ୍ରୋତ୍ସାହନ, ଅଭାବୀ ବିକ୍ରିର ସାମ୍ନା କରୁଛି ସୂର୍ଯ୍ୟମୁଖୀ ଚାଷୀ
ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସୂର୍ଯ୍ୟମୁଖୀ ଚାଷୀ ପ୍ରତି ଚାଷୀଙ୍କ ଆଗ୍ରହ ଅଧିକ ଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହି ଚାଷ କରି କିଏ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ଅଭାବୀ ବିକ୍ରିରୁ କ୍ଷତି ସହୁଛି ଚାଷୀ । ଫଳରେ ଖୋର୍ଦ୍ଧା ହଜ ଗ୍ରାମର 80ରୁ 60 ଭାଗ ଚାଷୀ ଏବେ ଏଥିରୁ ମୁହଁ ଫେରାଇବାକୁ ବସିଲେଣି । ତେବେ କୃଷି ବିଭାଗ ଉପଯୁକ୍ତ ତାଲିମ ,ପ୍ରୋତ୍ସାହନ ଓ ସୂର୍ଯ୍ୟମୁଖୀର ମାର୍କେଟିଂର ସୁବିଧା କରାଇଦେଲେ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି କହିଛନ୍ତି ଚାଷୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ