ଭୁବନେଶ୍ବର:ରାଜ୍ୟରେ ଆଜି ଠାରୁ ଆରମ୍ଭ ହେବ ଗ୍ରୀଷ୍ମ ଅବକାଶକାଳୀନ ପାଠପଢ଼ା। ତେବେ ଏନେଇ ଏକ ଟୋଲ-ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ସାହାଯ୍ୟରେ ଛାତ୍ର ଛାତ୍ରୀ ପଚାରିବେ ଅବୁଝା ପ୍ରଶ୍ନ । ଶିକ୍ଷକ ବା ଶିକ୍ଷୟତ୍ରୀମାନେ ପ୍ରଶ୍ନର କରିବେ ସମାଧାନ। ଏହି ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ପାଠ ପଢିବେ। ପିଲାମାନଙ୍କର ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର ଖୋଲା ଯାଇଛି । ଏଥିରେ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଛି । ବିଶେଷ ଭାବରେ ଏହି କାର୍ଯ୍ୟକ୍ରମ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬.୦୦ଘଟିକା ରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ।
ପ୍ରତ୍ୟେକ ଶିକ୍ଷାର୍ଥୀ ପାଖରେ ସହୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଦେୟମୁକ୍ତ ନମ୍ବରର ବ୍ୟବସ୍ଥା କରାଯାଇଛି । ଏହି ଦେୟମୁକ୍ତ ନମ୍ବରକୁ ଶିକ୍ଷାର୍ଥୀମାନେ ସେମାନଙ୍କର ଅବକାଶକାଳୀନ ଗୃହକାର୍ଯ୍ୟ ସମ୍ବନ୍ଧିତ ପ୍ରଶ୍ନ ସିଧାସଳଖ ପଚାରିପାରିବେ ଏବଂ ସହୟତା କେନ୍ଦ୍ରରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାର୍ଥୀମାନଙ୍କର ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ କରିବେ। ଏହା ବ୍ୟତୀତ ବିଦ୍ୟାଳୟ ସ୍ତରରେ ଗୃହକାର୍ଯ୍ୟ ସମ୍ବନ୍ଧୀୟ ତଦାରଖ ବ୍ୟବସ୍ଥା କରାଯାଇଛି । ଟୋଲ-ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ସହାୟତା କେନ୍ଦ୍ରରୁ ଯୋଗାଯୋଗ କରାଯାଇ ଏ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ରାଜ୍ୟସ୍ତରରେ ‘ବିଦ୍ୟା ସମୀକ୍ଷା କେନ୍ଦ୍ରରୁ’ ଏହାର ସମୀକ୍ଷା କରିବାର ବ୍ୟବସ୍ଥା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ- The Kerala Story: ଫିଲ୍ମ ରିଲିଜକୁ ଚ୍ୟାଲେଞ୍ଜ, ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ