ଓଡିଶା

odisha

ETV Bharat / state

ନ୍ୟାୟ ପାଇଁ ଅସହାୟ ହେଲେ ୭୫ବର୍ଷୀୟ ବୃଦ୍ଧ, ଲୋକସେବା ଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ - ଭୁବନେଶ୍ବର ଲୋକସେବା ଭବନ

ନ୍ୟାୟ ପାଇଁ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ‌ । ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ୭୫ବର୍ଷୀୟ ବୃଦ୍ଧ । ଅଧିକ ପଢନ୍ତୁ

ନ୍ୟାୟ ପାଇଁ ଅସହାୟ ହେଲେ ୭୫ବର୍ଷିୟ ବୃଦ୍ଧ, ଲୋକସେବା ଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ
ନ୍ୟାୟ ପାଇଁ ଅସହାୟ ହେଲେ ୭୫ବର୍ଷିୟ ବୃଦ୍ଧ, ଲୋକସେବା ଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ

By

Published : Dec 14, 2022, 5:12 PM IST

Updated : Dec 14, 2022, 5:32 PM IST

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ବିକଳ ଚିତ୍ର । ନ୍ୟାୟ ପାଇଁ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ‌ । ଭୁବନେଶ୍ବର ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ୭୫ବର୍ଷିୟ ବୃଦ୍ଧ । ଆତ୍ମହତ୍ୟା ଉଦ୍ୟମ ବୃଦ୍ଧଙ୍କ ନାମ ରବୀନ୍ଦ୍ର ଦାସ । ଘର ଜଗତସିଂହପୁର ରଘୁନାଥପୁର ଅଞ୍ଚଳର ବୋଲି ଜଣାପଡିଛି ।

ସୁଚନା ମୁତାବକ ତମାଣ୍ଡୋ ଥାନା କଳିଙ୍ଗ ବିହାରରେ ୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ପାର୍ଲର କରିଥିଲେ। ଏନେଇ ୧୦ ଦିନ ପରେ ପାର୍ଲରର କାମ କରୁଥିବା 2 କର୍ମଚାରୀ , ଘରର ମାଲିକ ତାର ଦୋକାନ ଛଡାଇ ନେବାର ଷଡଯନ୍ତ୍ର କରି ପରେ ତାଙ୍କୁ ଡକାଇ ତାଙ୍କଠୁ ୫୦ହଜାର ଛଡାଇ ନେଇଥିଲେ । ହେଲେ ସେ ତମାଣ୍ଡୋ ଥାନାରେ ୪ ଥର ରିପୋର୍ଟ ଦେବା ପରେ ବି ପୋଲିସ ଏତଲା ରଖି ନ ଥିଲା ।

ଏନେଇ ସେ ଆଇଆଇସି ଓ ଭୁବନେଶ୍ବର ଡିସିପି, କମିଶନରଙ୍କୁ ଗତ ୧୨ ନଭେମ୍ବରରେ ଏକ ଦରଖାସ୍ତ କରିଥିଲେ। ପରେ ପୋଲିସ ଏନେଇ ଥାନାକୁ ନେଇ ବସାଇ ତାଙ୍କୁ ତୁରନ୍ତ ପାର୍ଲରରୁ ଜିନିଷ ନେଇଯିବା କୁ ୩ଲକ୍ଷ ୫୦ ହଜାରରେ ବିକି ଦେବାକୁ ବାଧ୍ୟ କରିଥିଲେ । ତେବେ ନିଜର କଷ୍ଟ ଅର୍ଜିତ ଧନରେ ବ୍ୟବସାୟ ଆରମ୍ଭ କରି ପରେ ଏପରି ଷଡଯନ୍ତ୍ର ଶିକାର‌ ହେବା ସତ୍ତ୍ୱେ ପୋଲିସ ନ୍ୟାୟ ନ ଦେଇ ବରଂ ତାଙ୍କ କଥାକୁ ଠିକରେ ଶୁଣିଲେନି ବୋଲି ଶେଷରେ ସେ ଲୋକସେବା ଭବନ ସାମ୍ନାରେ ଏପରି ଅସହାୟ ହୋଇ ଆତ୍ମହତ୍ୟା ଉଦ୍ୟମ ପାଇଁ ବାଧ୍ୟ ହୋଇଥିଲେ । ଏନେଇ ଆତ୍ମହତ୍ୟା ଉଦ୍ୟମ ବେଳେ ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଭୁବନେଶ୍ବର ଭଳି ସହରରେ ଥାନାରେ ମାମଲା ରୁଜୁ କରୁ ନଥିବା ନେଇ ଉଠିଛି ପ୍ରଶ୍ନ। କାରଣ ଏଭଳି ପୂର୍ବରୁ ମଧ୍ୟ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଇନଫୋସିସ ଥାନାଧିକାରିଣୀ ଅଭିଯୋଗକାରୀଙ୍କ ଅଭିଯୋଗ ରଖି ନଥିଲେ। ଯାହାକୁ ନେଇ ଥାନାଧିକାରିଙ୍କୁ ବର୍ଷକ ପାଇଁ ପୋଲିସ କାର୍ଯ୍ୟାଳୟରେ କି ଥାନାରେ ଫିଲ୍ଡ ପୋଷ୍ଟି ନଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ପୋଲିସଙ୍କ ଏଭଳି ମାନସିକତା ଯୋଗୁଁ ଅଭିଯୋଗକାରୀ ନ୍ୟାୟ ପାଇପାରୁ ନାହାନ୍ତି ଯାହାକୁ ନେଇ ପୋଲିସର ଭୂମିକା ଉପରେ ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 14, 2022, 5:32 PM IST

ABOUT THE AUTHOR

...view details