ଓଡିଶା

odisha

ETV Bharat / state

Subhalakshmi Death Case: ଉଦବେଗ ପ୍ରକାଶ କଲେ ମହିଳା କମିଶନ, NHRCରେ ମାମଲା - ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟଣା

ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ମାମଲା ଦାଏର । ଅଧିକ ପଢନ୍ତୁ

subhalaxmi death case
subhalaxmi death case

By

Published : Aug 11, 2023, 1:02 PM IST

ଭୁବନେଶ୍ବର:ଏବେବି ରହସ୍ୟ ଘେରରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା । ଘଟଣାକୁ ଅତି ଗୁରୁତର ଭାବରେ ନେବା ସହ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି । ଏହା ସହ ମହିଳା କମିଶନ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ରିପୋର୍ଟ ତଲବ କରିଛନ୍ତି । ଘଟଣାର ତଦନ୍ତ ରିପୋର୍ଟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ । ଅନ୍ୟପଟେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏନେଇ ଏକ ମାମଲା ରୁଜୁ ହୋଇଛି । ଘଟଣାରେ ତଦନ୍ତ ଏବଂ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ମାମଲା ଦାଏର କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ।

ଏହା ମଧ୍ୟ ପଢନ୍ତୁ-ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ବାର୍‌ ଗାର୍ଲ ସିଣ୍ଡିକେଟ୍‌ ! ଲୁଚି ଯାଉଛି ଅସଲ ସତ, ବାଟବଣା ପୋଲିସ

ସୂଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ଶୁଭଲକ୍ଷ୍ମୀ ସାହୁଙ୍କ ଝୁଲନ୍ତା ମୃତଦେହ କଟକ ରୋଡ଼ ସ୍ଥିତ ହୋଟେଲ ଦିପାଲୀରୁ ମିଳିଥିଲା । ପୋଲିସ ମୃତଦେହ ଠାବ କରିଥିଲା । ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରି ହୋଟେଲ ଦିପାଲୀର କର୍ମଚାରୀ ସମେତ ପ୍ରାୟ ୧୫ ଜଣଙ୍କୁ ପଚରା ଉଚରା କରି ସାରିଲାଣି । ହେଲେ ପ୍ରକୃତ ଦୋଷୀକୁ ଖୋଜିବାରେ ଲକ୍ଷ୍ମୀସାଗର ପୋଲିସ ସଫଳ ହୋଇନାହିଁ । ଶୁଭଲକ୍ଷ୍ମୀ ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶ୍ୱାସରୁଦ୍ଧରୁ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପାଠ ପଢିବା ପାଇଁ ମେସ୍‌ରେ ରହୁଥିବା ଛାତ୍ରୀ କିପରି ହୋଟେଲକୁ ଆସିଲେ ସେନେଇ ସନ୍ଦେହ ବଢ଼ିଥିଲା ।

ଏହା ମଧ୍ୟ ପଢନ୍ତୁ-ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଏହି ଘଟଣାରେ‌ ଅନୀଲ ନାମକ ଜଣେ ଫଟୋଗ୍ରାଫର ଯୁବକଙ୍କୁ ଜେରା କରିଥିଲା କମିଶନରେଟ ପୋଲିସ । ଯିଏକି ବିଗତ କିଛିଦିନ‌ ଧରି ପାୟଲଙ୍କ ସହ ଯୋଗାଯୋଗରେ ଥିଲା । ଏପରିକି ମୃତ୍ୟୁ ପୂର୍ବରୁ ଭିଡିଓ କଲରେ ଅନୀଲଙ୍କ ସହ କଥା ହୋଇଥିଲେ ପାୟଲ । ତେବେ ଅନୀଲଙ୍କୁ ପଚରାଉଚରା ବେଳେ ପୋଲିସକୁ ମିଳିଛି ରୋଚକ ତଥ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details