ଭୁବନେଶ୍ବର :ଓଡିଆ ଚଳଚ୍ଚିତ୍ର ଶମ୍ଭୁର ଶୁଭ ମହୁରତ ହୋଇଯାଇଛି । ଭୁବନେଶ୍ବର ଏକ ତାରକା ହୋଟେଲରେ ଏହାର ଶୁଭ ମହୁରତ ହୋଇଯାଇଛି (Subha mahurat of odia film Sambhu) । ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାରଙ୍କ ଦ୍ୱାରା ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶମ୍ଭୁ" ର ଶୁଭ ମହୁରତ ଆଜି ଏକ ନିରାମ୍ବରେ ଅନୁଷ୍ଠିତ ହୋଇଥିଲା । ଚଳଚ୍ଚିତ୍ର "ଶମ୍ଭୁ"ର କାହାଣୀ ଅନୁପମା ଜେନା ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ । ସେହିପରି ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର ଦେଇଛନ୍ତି । ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାର ଭାର ଏସ. ଦିଲ୍ଲୀପ ପଣ୍ଡା କାନ୍ଧେଇଛନ୍ତି ।
ନବାଗତ ନାୟକ ଶୁଭମ ମୁଖ୍ୟ ନାୟକ ଚରିତ୍ରରେ ଅଭିନୟ କରିଥିବା ବେଳେ ନାୟିକା ତମନ୍ନା ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ । ତାଙ୍କ ସହିତ ସହଯୋଗୀ କଳାକାର ଭାବେ ବହୁତ ପରିଚିତ କଳାକାର ଯଥା ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକ ରବିଙ୍କ ଅଭିନୟ ଦେଖିବାକୁ ମିଳିବ ।