subha mahurt for film dasam ଭୁବନେଶ୍ବର:ନୂଆ ଓଡ଼ିଆ ଚଳଚ୍ଚିତ୍ର ଦଶମର ଶୁଭ ମହୁରତ ହୋଇଯାଇଛି । ଏହାସହ ଟାଇଟେଲ ଓ ପୋଷ୍ଟର ରିଲିଜ ହୋଇଛି । ଏକାମ୍ର ହାଟ ଠାରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଯାଇଛି । ଶୀଘ୍ର ଏହି ଚଳଚ୍ଚିତ୍ର ସୁଟିଂ ହେବାକୁ ଯାଉଥିବା ବେଳେ ଭିନ୍ନ ଏକ କାହାଣୀର ଏହି ଚଳଚ୍ଚିତ୍ରକୁ ନେଇ ସମସ୍ତେ ଆଶାବାଦୀ ରହିଛନ୍ତି ।
ତେବେ ଚଳଚ୍ଚିତ୍ରଟି ଡି ଫିଲ୍ମସ ସିନେ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେଉଛି । ଏହାକୁ ଦୀପକ କୁମାର ଜେନା ପ୍ରଯୋଜନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ରାଜା ଡ଼ି । ମୁଖ୍ୟ ଭୂମିକାରେ ରହିଛନ୍ତି ଶୈଳେନ୍ଦ୍ର ସାମନ୍ତରାୟ ଓ ନୀଳାକ୍ଷୀ । ସିନେମାଟି ଦଶମ ଶ୍ରେଣୀ ପିଲାଙ୍କ ଆଚାର, ବ୍ୟବହାର, ସ୍କୁଲ ପରିବେଶର ସ୍ମୃତି ଓ ଖୁସିକୁ ନେଇ ହେବ । ଯେଉଁଥିରେ ସ୍କୁଲର ଲୋଭ ଷ୍ଟୋରୀ ସହ ଭରପୁର କମେଡି ରହିଛି ।
ଆଉ ଏହି ଚଳଚିତ୍ରରେ ସ୍କୁଲର ସମସ୍ତ ସ୍ମୃତି ଆଉ ଅନୁଭୂତିକୁ ଦର୍ଶାଇବାକୁ ମଧ୍ୟ ଚେଷ୍ଟା କରାଯାଇଛି । ଏହା ଆପଣଙ୍କୁ ପୁଣି ପିଲାଦିନର କଥା ମନେ ପକାଇଦେବ ବୋଲି କହିଛନ୍ତି ଅଭିନେତା । ଏହି ସିନେମାରେ ଅନ୍ୟ ଭୂମିକାରେ ଅରମାନ ଜ୍ୟୋତି ଆକାଶ, ମୀରା ସିମରନ ପ୍ରତୀକ ଭଳି ଯୁବ ଅଭିନେତାମାନେ ଅଭିନୟ କରିଛନ୍ତି । ତେଣୁ ସମସ୍ତ ଯୁବ ଅଭିନେତାଙ୍କ ସହ ଭିନ୍ନ ଏକ ବାର୍ତ୍ତା ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ନିଶ୍ଚୟ ସମସ୍ତଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା । ସେହିପରି ରାହୁଲ ରାଉଲ ଗୌରବ ଆନନ୍ଦ, ସନ୍ଦୀପ ପଣ୍ଡା, ସୁବ୍ରତ ଅନୁରାଗଙ୍କ ଭଳି କଣ୍ଠଶିଳ୍ପୀ ଗୀତ ଗାଇବେ । ସେହିପରି ସହ ସଂଯୋଜକ ଜ୍ୟୋତିର୍ମୟ ମହାପାତ୍ର ଥିବା ବେଳେ ସଂଳାପ ଦେଇଛନ୍ତି କୁମାର ଶ୍ରୀ ସାହୁ ।
ଅନ୍ୟପଟେ ବର୍ତ୍ତମାନ ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଦିନ ଭଲ ଭଲ ବିଷୟବସ୍ତୁକୁ ନେଇ ଫେରୁଥିବା ବେଳେ ଭିନ୍ନ ଏକ କାହାଣୀ ସହ ସ୍କୁଲ ଜୀବନର ନିଚ୍ଛକ କାହାଣୀକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ ନିଶ୍ଚୟ ସମସ୍ତଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ନାୟକ ଶୈଳେନ୍ଦ୍ର । ଏହି ଚଳଚ୍ଚିତ୍ର ସ୍କୁଲ ଜୀବନର ଚପଳାମୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ବେଳେ ସମସ୍ତ ଟିମ ବେଶ ବାସ୍ତବତାର ଛୁଙ୍କ ଦେଇ ନିଜର ଚରିତ୍ରକୁ ନିଭାଇବେ ବୋଲି କହିଛନ୍ତି । ତେଣୁ ଦର୍ଶକ ଯେଉଁଭଳି ଭାବେ ଓଡ଼ିଆ ସିନେମା ବା ଭଲ ସିନେମା ପ୍ରତି ମନ ବଦଳାଇଲେଣି ସେହି କ୍ରମରେ ଏହି ସ୍ମୃତି ଓ ଖଟା ମିଠା ଭରା ଚଳଚ୍ଚିତ୍ରକୁ ଦେଖିବାକୁ ଆସି ସେମାନଙ୍କର ଭଲ ପାଇବା ଦିଅନ୍ତୁ ବୋଲି କହିଛନ୍ତି ନାୟିକା ନୀଲାକ୍ଷୀ ।
ଇଟିଭି ଭାରତ, ଭୁବନେଶ୍ବର