ଓଡିଶା

odisha

ETV Bharat / state

ବରପଦା ଗାଁର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲାପାଳ - khurda sub collector

କୋରୋନା ସଂକ୍ରମଣ ବୃଦ୍ଧି ନେଇ ଖୋର୍ଦ୍ଧା ବରପଦା ଗ୍ରାମର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲାପାଳ । ଅଧିକ ପଢନ୍ତୁ...

khurda
khurda

By

Published : May 15, 2021, 9:53 PM IST

ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି । ହେଲେ ସଂକ୍ରମଣ ଏବେ ବେଗୁନିଆ ବ୍ଳକର ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । କୋରୋନାର ଏହି ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଜି(ଶନିବାର) କୁଞ୍ଜୁରୀ ପଞ୍ଚାୟତର ବରପଦା ଗ୍ରାମରୁ 19 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ବରପଦା ଗ୍ରାମର ସିଦ୍ଧେଶ୍ୱର ପ୍ରଧାନଙ୍କ ଘର ଠାରୁ ଗୋପୀନାଥ ଜେନାଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ବରପଦା ଗାଁର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲାପାଳ

ଏଥିସହ କଣ୍ଟେନମେଣ୍ଟ ଅଞ୍ଚଳକୁ ଲୋକଙ୍କ ଯାତାୟତ ଉପରେ କଟକଣା ପାଇଁ ଦୃଷ୍ଟି ଦେବାକୁ ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ବାହାର ଲୋକ ଭିତରକୁ ଓ କଣ୍ଟେନମେଣ୍ଟ ଅଞ୍ଚଳରୁ ଲୋକେ ବାହାରକୁ ନଯିବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ଆଜି ସନ୍ଧ୍ୟା 7ଟା ଠାରୁ ଆସନ୍ତ 21 ତାରିଖ ରାତି 9ଟା ପର୍ଯ୍ୟନ୍ତ 7ଦିନ ପାଇଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଉପଜିଲ୍ଲାପାଳ । ସେହିପରି ଏହି ଅଞ୍ଚଳକୁ ସାନିଟାଇଜ ପାଇଁ ବେଗୁନିଆ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ବରପଦା ଗାଁର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲାପାଳ
ବରପଦା ଗାଁର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲାପାଳ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details